ଆରମ୍ଭ ହେଲା ‘ଟିକି ମାଉସୀ କହେ’ ଅଭିଯାନ, କୋଭିଡ୍‌ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ

ଭୁବନେଶ୍ବର : କୋଭିଡ୍‌ ସଚେତନତା ସମ୍ପର୍କିତ ଠିକ୍ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଟିକି ମାଉସୀ କହେ’ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଛି। ବିଭାଗର ମାସ୍କଟ୍‌ର ନାମ ‘ଟିକି ମାଉସୀ’ ରଖାଯାଇଛି। ଏହି ମାସ୍କଟ ଜରିଆରେ କୋଭିଡ୍‌ ମାର୍ଗଦର୍ଶିକା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ବିଶେଷ କରି କୋଭିଡ୍‌ ସମୟରେ ମହିଳା, କିଶୋରୀ ଓ ଶିଶୁଙ୍କ ପୁଷ୍ଟିସାଧନ, ହିଂସାର ଶିକାର ହେଉଥିବା ମହିଳା ଓ କିଶୋରୀଙ୍କୁ ସୁରକ୍ଷା, କିଶୋରୀ ଓ ଶିଶୁଙ୍କ ପୁଷ୍ଟିସାଧନ, ଶିଶୁ ଯତ୍ନ ଅନୁଷ୍ଠାନ ଓ ଆଶ୍ରୟ ଗୃହର ଅନ୍ତେବାସୀଙ୍କ ପାଇଁ ଜାଣିବା କଥା ଆଦି ସମ୍ପର୍କରେ ପ୍ରଚାର ପୁସ୍ତିକା ବଣ୍ଟନ କରାଯିବ।

ସୋମବାର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଅଭିଯାନର ଗୁରୁତ୍ବ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ। ୟୁନିସେଫ୍‌ ସହଯୋଗରେ ପ୍ରସ୍ତୁତ ଏହି ଅଭିଯାନ ସମ୍ପର୍କରେ ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନିଲେସନ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଅଭିଯାନର ସଫଳ ରୂପାୟନ ପାଇଁ କ୍ଷେତ୍ର କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ।

ସମ୍ବନ୍ଧିତ ଖବର