ପୁଣି ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ୍, ସୋସିଆଲ୍ ମିଡିଆରେ ଟିକଟକ ଭିଡିଓ

ପୁରୀ: ଶ୍ରୀମନ୍ଦିର ବେଢ଼ା  ଭିତର  ଦୃଶ୍ୟ ସମ୍ବଳିତ ଟିକଟକ୍ ଭିଡିଓ ସୋସିଆଲ୍ ମିଡିଆରେ  ଭାଇରାଲ ହୋଇଛି । ଏହି ଭିଡିଓକୁ ଜଣେ ଯୁବତୀ ତାଙ୍କ ଟୁଇଟର ଆକାଉଂଟରେ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ବେଢ଼ା ଭିତରେ ଭୋଗମଣ୍ଡପ ସମ୍ମୁଖରେ ଅବଢ଼ା ଯାଉଥିବା ବେଳେ ଭିଡିଓ ସୁଟିଂ କରାଯାଇଛି । ଭିଡିଓରେ ଦେଖାଯାଉଛି ଆନନ୍ଦବଜାରକୁ ଅବଢ଼ା ବୁହା ହୋଇ ଯାଉଛି, ବାଇଶି ପାହାଚ ସ୍ପଷ୍ଟ ଦେଖାଯାଉଛି ।

ତେବେ ଏତେ କଡା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏହି ଭିଡିଓ ସୁଟିଂ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଭିଡିଓଟିରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଚଳାଚଳ ସହ ମହାପ୍ରସାଦ ଗ୍ରହଣ ସମୟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି |

କେହି ଜଣେ ଭକ୍ତ ଏହି ଭିଡିଓ ସୁଟିଂ କରିଥିବାର ଅନୁମାନ କରାଯାଉଛି | ଅନ୍ୟପଟେ ଏ ନେଇ କୌଣସି ଏତଲା ଦିଆ ନଥିବା ଜଣାପଡିଛି । ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଏଠାରେ ସୂଚନା ଥାଉ କି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବାକୁ ଅନୁମତି ନ ଥିଲେ ବି କିଏ ମୋବାଇଲ ନେଇ ଯାଇଥିଲେ ତାହା ହିଁ ବଡ ପ୍ରଶ୍ନ |

ସମ୍ବନ୍ଧିତ ଖବର