ପହଞ୍ଚିଲା ରଥ କାଠ

ପୁରୀ :ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ଆସି ପହଞ୍ଚିଛି। ଦଶପଲ୍ଲା ବନାଞ୍ଚଳ ଅଧୀନ ନୟାଗଡ଼ ବନଖଣ୍ଡରୁ ୫୩ ଖଣ୍ଡ ଅସନ ଓ ଧଉରା କାଠ ଦୁଇଟି ଟ୍ରକ୍‌ ଯୋଗେ ପହଞ୍ଚିଛି। ଏଥିରେ ଧଉରା ୨୦ ଫୁଟିଆ ୧୦ ଖଣ୍ଡ ରହିଥିବା ବେଳେ ୧୨ ଫୁଟିଆ ୧୫ଖଣ୍ଡ ରହିଛି। ସେହିଭଳି ଅସନ ୨୦ ଫୁଟିଆ ୨୧ଖଣ୍ଡ ରହିଥିବା ବେଳେ ୧୨ ଫୁଟିଆ ୭ ଖଣ୍ଡ ରହିଛି। ଗତ ବର୍ଷ ଠାରୁ ନୟାଗଡ଼ର ମହାବୀର ସେନା ଏକ ରଥ ଚକ ଓ ଜଙ୍ଗଲ ସୃଷ୍ଟି ଦାବି କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହି କାଠ ଆସିବା ବେଳେ ଟ୍ରକ୍‌କୁ ଅଟକାଇଥିଲେ। ସେମାନଙ୍କୁ ଏହି ଚକା ଚଳିତବର୍ଷ ପ୍ରଦାନ କରିବା ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି। ରଥ ସଂହିତା ମୁତାବକ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷ ୧୮୪ ଖଣ୍ଡ କାଠ ମହଜୁଦ ରହିଛି। ଏଣୁ ଏଥର ୬୮୧ କାଠ ଆସିବାକୁ ରହିଛି। ଆସନ୍ତା ଶ୍ରୀପଞ୍ଚମୀରେ କାଠ ଚିରଟ ଅନୁକୂଳ ହେବାକୁ ଯୋଜନା ରହିଛି। ଆସିଥିବା କାଠରେ କୋଣଗୁଜ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର