ଘଟଗାଁ: ଘଟଗାଁ ବନ ବିଭାଗ ଆଜି ଏକ ଚୋରା କାଠ ବୋଝେଇ ଟ୍ରକ୍ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଲାଲମୋହନ ରଣା କାଳିମାଟିଠାରେ ଏକ ଢାବା କରିଛନ୍ତି। ସେ ଜଙ୍ଗଲରୁ ଗଜା ଶାଳଗଛ କାଟି ବହ୍ଲା ପ୍ରସ୍ତୁତ କରିଥିଲେ। ୧୩ ତାରିଖ ରାତିରେ ଏକ ଟ୍ରକ୍ରେ ଶାଳବହ୍ଲା ବୋଝେଇ କରି ଚାଲାଣ କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀ ଖବର ପାଇ ପିଛା କରିଥିଲେ। ବନ କର୍ମଚାରୀଙ୍କୁ ଦେଖି କନ୍ତୋ-କୋଳିମାଟି ରାସ୍ତାରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା।
ବନ ବିଭାଗ କାଠ ବୋଝେଇ ଗାଡ଼ି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଗାଡ଼ି ମାଲିକଙ୍କୁ ନ ଜଣାଇ ଡ୍ରାଇଭର କାଳନ୍ଦୀ ମହାନ୍ତ କାଠ ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା। ବନ ବିଭାଗ କାଳନ୍ଦୀକୁ ଅଟକ ରଖି ପଚରାଉଚରା କରିବା ପରେ ତାକୁ ଢାବା ଲାଲମୋହନ କାଠ ଦେଇଥିବା ଜଣାପଡ଼ିଥିଲା। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଚଢ଼ଉରେ ଫରେଷ୍ଟର ଯତୀନ୍ଦ୍ର ପହି, ଫରେଷ୍ଟ ଗାର୍ଡ ମଞ୍ଜୁଲତା ମୋଦୀ, ଶ୍ରବଣ କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/16-12.jpg)