ବଦଳିଲା ମା’ ସମଲେଇଙ୍କ ସାଧାରଣ ଦର୍ଶନ ସମୟ, ସକାଳ ୬ଟାରୁ ରାତି ୯ ଯାଏଁ ଚାଲିବ ସାଧାରଣ ଦର୍ଶନ

ସମ୍ବଲପୁର: ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ଆସନ୍ତାକାଲି (୨୦୨୨ ଜୁନ୍‌ ୧ ତାରିଖ) ଠାରୁ ମନ୍ଦିର ସକାଳ ୬ଟାରୁ ଖୋଲାଯାଇ ରାତ୍ର ୯ଟା ପର୍ଯ୍ୟନ୍ତ (ଦିବା ଅନ୍ନଭୋଗ, ସାନ୍ଧ୍ୟ ଆଳତି ଓ ରାତ୍ର ଅନ୍ନଭୋଗ ସମୟ ନିର୍ଘଣ୍ଟ ବ୍ୟତିରେକ) ଖୋଲା ରହିବ ‌ବୋଲି ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଟର ସଭାପତି ସଂଜୟ କୁମାର ବାବୁ ସୂଚନା ଦେଇଛନ୍ତି।

ରାତ୍ର ୯ଟାରେ ମା’ଙ୍କ ପାଖରେ ଅନ୍ନ ଭୋଗ ଲାଗିଲା ପରେ ପହଡ ପଡି ପରବର୍ତ୍ତୀ ଦିନ ସକାଳ ଆଳତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ।

ସକାଳ ୬ଟାରୁ ଦର୍ଶନ ଆରମ୍ଭ
ଦିବା ୧୨ଟାରୁ ଦିବା ୧୨:୩୦ ଘଣ୍ଟା ସମୟ ଅନ୍ନ ଭୋଗ ଲାଗିବା ସମୟରେ ଦର୍ଶନ ବନ୍ଦ ରହିବ
ସନ୍ଧ୍ୟା ୮ଟାରୁ ୮ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତି ପାଇଁ ଦର୍ଶନ ବନ୍ଦ ରହିବ
ରାତ୍ର ୯ଟାରେ ଅନ୍ନ ଭୋଗ ଲାଗିବା ପରେ ମା’ଙ୍କର ପହୁଡ ପଡିବ ଓ ପରଦିନ ସକାଳ ଆଳତି ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ସମ୍ବନ୍ଧିତ ଖବର