ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ହୁଣ୍ଡା ଗ୍ରାମ ନିକଟରେ ଆଜି ସକାଳେ ୧୮ ଟିକିଆ ହାତୀପଲକୁ ଘଉଡ଼ାଇବା ବେଳେ ଜଣେ ଯୁବକ ରିଲ୍ସ ବନାଉଥିଲେ। ଏହି ସମୟରେ ଗୋଟିଏ ଦନ୍ତାହାତୀ ତାଙ୍କୁ ଗୋଇଠା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ହୁଣ୍ଡା ଗ୍ରାମର କୁଞ୍ଜ ବେହେରାଙ୍କ ପୁଅ ସୁଶୀଲ (୨୦)।
ବନ ବିଭାଗ କର୍ମଚାରୀଙ୍କ ସହ ଶହଶହ ଲୋକ ହାତୀପଲକୁ ଆଜି ସକାଳେ ଘଉଡ଼ାଉଥିଲେ। କିଛି ଲୋକ ହାତୀପଲଙ୍କ ପଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରୁଥିଲେ। ସୁଶୀଲ ଏହି ସମୟରେ ରିଲ୍ସ ବନାଉଥିଲେ। ଏକ ଛୋଟ ଦନ୍ତାହାତୀ ତାଙ୍କୁ ଗୋଇଠା ମାରିବାରୁ ସେ ଛିଟିକି ପଡ଼ିଥିଲେ। ଗୁରୁତର ସୁଶୀଲଙ୍କୁ ପିଠାଗୋଳା ବନରକ୍ଷୀ ନିରଂଜନ ସେଠୀ ଓ ତା’ର ଭାଇ ବାପୁନ କେନ୍ଦୁଝର ଡାକ୍ତରଖାନା ନେଇଛନ୍ତି। ସୁଶୀଲଙ୍କ ଅବସ୍ଥା ଏବେ ଠିକ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/fhsfhhfhf.jpg)