ମାଲକାନଗିରି: ସୀମାନ୍ତ ଛତିଶଗଡର ପଶ୍ଚିମ ବସ୍ତର ଡିଭିଜନାଲ କମିଟିର ସଚିବ ମୋହନ ପ୍ରେସ ବିଜ୍ଞପ୍ତି ଜରିଆରେ ତିମେନାର ଠାରେ ପୁଲିସ ନକ୍ସଲ ମଧ୍ୟରେ ପୁଲିସ ଯେଉଁ ପ୍ରଚାର କରୁଛି ତାହା ସଂପୂର୍ଣ୍ଣ ମିଥ୍ୟା ଅଟେ। ତିମେନାର ଗୁଳିବିନିମୟରେ ପୁଲିସ ରଞ୍ଜୁ ମାଡକମ ନାମକ ନକ୍ସଲ ମୃତ୍ୟୁବରଣ କରିଥିବା କହିଥିଲା। ତେବେ ନକ୍ସଲ ଏହାକୁ ଫେକ ଏନକାଉଣ୍ଟର ବୋଲି କହିଛନ୍ତି। ରଞ୍ଜୁକୁ ଧରି ଅତି ନିର୍ମମ ଭାବେ ଯବାନ ହତ୍ୟା କରିଛନ୍ତି। ପୁଲିସ ମାଓ କ୍ୟାମ୍ପରୁ ବିସ୍ଫୋରକ ଜବତ ହୋଇଥିବା କହିଥିଲେ, ଯାହାକି ସଂପୂର୍ଣ୍ଣ ମିଥ୍ୟା ଅଟେ। ହୁରେପାଲ ଏବଂ ପୁସନାରଠାରେ ଗ୍ରାମସଭା କରାନଯାଇ ସେଠାରେ କ୍ୟାମ୍ପ ପ୍ରତିଷ୍ଠା କରାଯିବାକୁ ନିନ୍ଦା କରିଛନ୍ତି। ସେହିପରି ବୁରଜିଠାରେ ଆନ୍ଦୋଳନ କରୁଥିବା ମାଓବାଦୀଙ୍କୁ ଯବାନ ଅତି ନିଷ୍ଠୁର ଭାବେ ମାଡ ମାରିଛନ୍ତି।ବିଜାପୁର ଏସପି, ଡିଏସପି ମଧ୍ୟ ଲୋକଙ୍କୁ ନିର୍ଦ୍ଧୁମ ପିଟୁଛନ୍ତି। ନିରୀହ ଲୋକେ ଜଂଗଲରେ ବୁଲିଲେ ମାରୁଛନ୍ତି। ଏଭଳି ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି ମାଓନେତା ମୋହନ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp