ବାଲେଶ୍ବର: ଭୁବନେଶ୍ବରସ୍ଥିତ ହୋଟେଲ ଆଇଟିସିରେ ଟାଇମସ ଗ୍ରୁପ ଦ୍ବାରା ଅନୁଷ୍ଠିତ ଟାଇମସ୍ ବିଜିନେସ୍ ଆୱାର୍ଡ ଉତ୍ସବରେ ବାଲେଶ୍ବରସ୍ଥିତ ହରିପ୍ଲାଷ୍ଟକୁ ପିଭିସି ପାଇପସ୍ ଏବଂ ଫିଟିଙ୍ଗସ୍ କ୍ଷେତ୍ରରେ ପୂର୍ବ ଭାରତର ୧ ନଂବର ବ୍ରାଣ୍ଡ ଭାବେ ବିବେଚିତ କରାଯାଇ ହରିପ୍ଲାଷ୍ଟର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସଙ୍କୁ ସମ୍ମାନଜନକ ଟାଇମସ୍ ବିଜିନେସ୍ ଆୱାର୍ଡରେ ସମ୍ମାନିତ କରାଯାଇଛି।
ବଲିଉଡ ସିନେତାରକା ସୋନୁ ସୁଦ ଯୋଗଦେଇ ଶ୍ରୀ ଦାସଙ୍କୁ ସମ୍ମାନିତ କରିଥିଲେ। ଭାରତର ଶତାଧିକ ଶିଳ୍ପପତି, କର୍ପୋରେଟର ବରଷ୍ଠ ଅଧିକାରୀ ଏବଂ ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଭଳି ପୁରସ୍କାର ଆଗାମୀ ଦିନରେ ପ୍ରେରଣା ଯୋଗାଇବା ସହ ହରିପ୍ଲାଷ୍ଟ ଏହିଭଳି ଗୁଣବତ୍ତାଏବଂ ଦୀର୍ଘସ୍ଥାୟୀ ପ୍ରଡକ୍ଟ ଉତ୍ପାଦନ କରି ଦେଶରେଏକ ଅଗ୍ରଣୀ ବ୍ରାଣ୍ଡ ଭାବେ ନିଜକୁ ପ୍ରତିପାଦିତ କରି ପାରିବ ବୋଲି ହରିପ୍ଲାଷ୍ଟର ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/26-22.jpg)