ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେସାଲ ଓ ରାୟଗଡା-ଗୁଣ୍ଟୁର ସ୍ପେସାଲ ଟ୍ରେନ ସେପ୍ଟେମ୍ବର ୧୭ରୁ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେସାଲ(୦୭୦୧୫) ସେପ୍ଟେମ୍ବର ୧୭ରୁ ତିଲାରୁଠାରେ ଅପରାହ୍ନ ୧ଟା ୧୭ରେ ପହଞ୍ଚି ୧ଟା ୧୯ରେ ଛାଡ଼ିବାକୁ ଥିବା ବେଳେ ଶ୍ରୀକାକୁଲମ୍ ରୋଡ୍, ପୋନ୍ଦୁରୁ, ଚିପୁରୁପାଲୀ, ବିଜୟନଗରମ୍, କୋଟ୍ଟଭଲସା, ସୀମାଞ୍ଚଳମ ଷ୍ଟେସନରେ ପରବର୍ତିତ ସମୟରେ ଚାଲିବ।
ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ(୦୭୨୪୪) ରାୟଗଡାରୁ ଅପରାହ୍ନ ୨ଟା ୫୦ ପରିବର୍ତେ ୩ଟା ୩୦, ବିଜୟନଗରମ୍ରେ ଏହାର ପୂର୍ବ ନିର୍ଧାରିତ ସମୟ ପରିବର୍ତ୍ତେ ସନ୍ଧ୍ୟା ୫ଟା ୫୫ରେ ପହଞ୍ଚି ସନ୍ଧ୍ୟା ୬ଟାରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ପାର୍ବତୀପୁରମ୍ ଟାଉନ୍, ପାର୍ବତୀପୁରମ୍, ସୀତାନଗରମ୍, ବବିଲି, ଡୋଙ୍କିନାଭାଲାସା, କୋମାଟିପାଲ୍ଲୀ ଏବଂ ଗଜପତିନଗରମ୍ ଷ୍ଟେସନ୍ଗୁଡ଼ିକରେ ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଅନ୍ୟ ଷ୍ଟେସନଗୁଡିକରେ ଏହି ଟ୍ରେନ ଦ୍ବୟ ପାଇଁ ନିର୍ଦ୍ଧାରିତ ଷ୍ଟପେଜ୍ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।