ଗୋରୁପଲ ଉପରେ ମାଡ଼ିଗଲା ଟିପର; ୩ ମୃତ, ୭ ଗୁରୁତର

କବାଟବନ୍ଧ : ଗୋରୁ ପଲ ଉପରେ ଟିପର ଚଢ଼ାଇଦେଲା ଚାଳକ। ଏଭଳି ବେପରୁଆ ଗାଡ଼ି ଚାଳନା ଯୋଗୁଁ ଘଟଣାସ୍ଥଳରେ ୩ ଗୋରୁୁ ମରିଥିଲାବେଳେ ୭ଟିର ଅବସ୍ଥା ଗୁରୁତର ହୋଇଛି। ଜେନାପୁର ଥାନା ଏଣ୍ତଳବା ପଞ୍ଚାୟତ ବାଘୁଆବେଣା ଗାଁ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି।

ପାଟପୁର ଗ୍ରାମର ଶତାଧିକ ଗୋରୁ ବାଘୁଆବେଣା ନିକଟ ଝାଟିଆ ଜଙ୍ଗଲକୁ ଚରିବାରୁ ଯାଉଥିଲେ। ଏହି ସମୟରେ ବିଛାଖଣ୍ତି ପଟୁ ଆସୁଥିବା ଟିପର ସିଧା ଗୋରୁପଲ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଖସିଯିବାକୁ ବସିଥିବା ବେଳେ କିଛି ଯୁବକ ତାକୁ ଅଟକାଇଥିଲେ। ମୃତ ଓ ଆହତ ଗୋରୁଙ୍କ ବାବଦରେ କ୍ଷତିପୂରଣ ଦେବା ପରେ ଚାଳକକୁ ଛଡ଼ାଯାଇଥିଲା। ଏ ସଂପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର