ଭୁବନେଶ୍ବର : ଜୁଲାଇ ୨୩, ୨୫ ଓ ୨୯ ତାରିଖରେ ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନ୍ ଘୋଷଣା କରିଛନ୍ତି। ଉକ୍ତ ଦିନଗୁଡ଼ିକରେ ପଶ୍ଚିମବଙ୍ଗରେ ସରକାରୀ ଓ ବେସରକାରୀ ପରିବହନ ସେବା ବନ୍ଦ ରହିବ। ତେଣୁ ଯେଉଁ ଯାତ୍ରୀମାନେ ପଶ୍ଚିମବଙ୍ଗର କୌଣସି ସ୍ଥାନକୁ ଟ୍ରେନ୍‌ରେ ଯାତ୍ରା କରୁଥିବେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି।

Advertisment

ବର୍ତ୍ତମାନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ଭୁବନେଶ୍ୱର-ହାଓଡା(୦୨୭୦୪) ଓ ଭୁବନେଶ୍ୱର-ସିଆଲଦା(୦୨୨୦୨) ସ୍ୱତନ୍ତ୍ର ଟ୍ରେନ ପଶ୍ଚିମବଙ୍ଗକୁ ଚଳାଚଳ କରୁଛି। ଏହାବ୍ୟତୀତ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ଯଶୋବନ୍ତପୁର-ହାଓଡା(୦୨୨୪୬) ଓ ସିକନ୍ଦରାବାଦ-ହାଓଡା( ୦୨୭୦୪) ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରୁଛି। ଉକ୍ତ ଦିନଗୁଡ଼ିକରେ ବି ଟ୍ରେନ୍‌ ଚଳାଚଳ ଜାରି ରହିବ। ତାହାକୁ ଦୃଷ୍ଟିରେ ରଖି ଉପରୋକ୍ତ ଟ୍ରେନଗୁଡ଼ିକର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଇଛି।