ଦ୍ବିତୀୟ ରାଉଣ୍ଡରେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୩୩୧୦ ଭୋଟରେ ଆଗୁଆ

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭୮୬୭ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୫୫୭ଟି ଭୋଟ୍  ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ  ହିମାଂଶୁ ଭୂଷଣ ମଲ୍ଲିକ ୧୦୫୭ଟି ଭୋଟ୍ ପାଇଛନ୍ତି ।

ସେହିପରି ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୦୭୮ ଭୋଟରେ ଆଗୁଆ ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୮୫୨ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୨୭୭୪ଟି ଭୋଟ୍  ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ  ହିମାଂଶୁ ଭୂଷଣ ମଲ୍ଲିକ ୪୪୨ଟି ଭୋଟ୍ ପାଇଥିଲେ ।

ସୂଚନାଯୋଗ୍ୟ, ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା।  ପ୍ରଥମେ ପୋଷ୍ଟାଲ୍ ବାଲଟ ଭୋଟ୍ ଗଣତି ଆରମ୍ଭ ହୋଇଥିଲା।  ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯାଇଥିଲା। ପ୍ରବେଶ ଦ୍ବାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍‌ କରାଯାଇଥିଲା। ଏହାବାଦ କୋଭିଡ ଗାଇଡଲାଇନ୍‌ ମାନି ଭୋଟ ଗଣତି ଆରମ୍ଭ ହୋଇଛି।  ଏଠାରେ ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ଆଦି ବ୍ୟବସ୍ଥା ରହିଛି।

 

ସମ୍ବନ୍ଧିତ ଖବର