ଜଗତସିଂହପୁର/ପାରାଦୀପ: କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନିଜ ଗାଁ ତିର୍ତ୍ତୋଲର ଗରାମ ୨୪୫ ନମ୍ବର ବୁଥରେ ମତଦାନ କରିଛନ୍ତି। ଏହା ପୂର୍ବରୁ ସେ ମା’ ଶାରଳାଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଥିଲେ।
ସୂଚନାଯୋଗ୍ୟ, ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରାର୍ଥୀ ହୋଇଥିବା ବିଜେଡିର ବିଜୟ ଶଙ୍କର ଦାସ ଏବଂ ବିଜେପିର ରାଜକିଶୋର ବେହେରା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଭୋଟର୍ ହୋଇ ନଥିବା ହେତୁ ସେଦୁହେଁ ଉପନିର୍ବାଚନରେ ଭୋଟ୍ ଦେବେ ନାହିଁ। ଆଜି ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ।
ସକାଳ ୧୧ଟା ସୁଦ୍ଧା ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୨୨.୯୩%, ରଘୁନାଥପୁର ବ୍ଲକରେ ୨୫.୬୩% ଓ ତିର୍ତ୍ତୋଲ ବ୍ଲକରେ ୨୫.୭୭% ମତଦାନ ହୋଇଛି। ଏଠାରେ ମାତ୍ର ୫୯, ୧୬୧ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। କରୋନା କଟକଣା ଭିତରେ ସହିତ ଜାରି ରହିଛି ଭୋଟ ଗ୍ରହଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/js.jpg)