ଆଇଏଏସ ସ୍ତରରେ ଅଦଳବଦଳ, ତିରୁମାଲା ନାୟକ ନୂଆ ଶ୍ରମ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ଶ୍ରମ କମିଶନର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ନିଯୁକ୍ତ କରାଯାଇଛି । ଏହା ସହିତ ତାଙ୍କୁ ସୁପର ଟାଇମ ସ୍କେଲକୁ ପଦୋନ୍ନତି ଦିଆଯାଇଛି । ତାଙ୍କ ସ୍ଥାନରେ ଡଃ ନୁନସଭତ୍ ତିରୁମାଲା ନାୟକଙ୍କୁ ରାଜ୍ୟର ନୂଆ ଶ୍ରମ ସଚିବ ନିଯୁକ୍ତ କରାଯାଇଛି ।

ଅନ୍ୟ ପକ୍ଷରେ ଆଇଜି ରେଜିଷ୍ଟ୍ରେସନ ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଅନୁସୂଚୀତ ଜାତି ଓ ଉପଜାତି ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ତାଙ୍କୁ ମଧ୍ୟ ସୁପର ଟାଇମ ସ୍କେଲକୁ ପଦୋନ୍ନତି ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟ ନିର୍ଦ୍ଦେଶକ ଓ ଅତିରିକ୍ତଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ  ଭି.ଜୟକୁମାରଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଆୟୁଷ ବିଭାଗର ନିର୍ଦ୍ଦେଶକଙ୍କୁ ଓଡ଼ିଶା ଆଇଏଏସ କ୍ୟାଡରରେ ଯୁଗ୍ମ ସଚିବ ପାହ୍ୟାର ମାନ୍ୟତା ଓ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେହିପରି ମୟୁରଭଞ୍ଜର ଏଡିଏମ୍ ଆବୋଲି ସୁନୀଲ ନାରାଭାନେଙ୍କୁ ରାଉରକେଲାର ଏଡିଏମ୍ ଭାବେ ବଦଳି କରାଯାଇଛି । ସେ ମଧ୍ୟ ଅତିରିକ୍ତ ଭାବେ ରାଉରକେଲା ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ରହିବେ । ଏବେ ନିଖିଲ ପବନ କଲ୍ୟାଣ ଏହି ପଦରେ ଅଛନ୍ତି ।

ସମ୍ବନ୍ଧିତ ଖବର