ମିଳିଲାନି କଂଗ୍ରେସ ଟିକେଟ : ପାରଳାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର : କଂଗ୍ରେସ ଦେଲାନି ଟିକେଟ୍, ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପାରଳାଖେମୁଣ୍ଡି କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ । ଆସନ୍ତା ନିର୍ବାଚନରେ ତିରୁପତି ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତି ନେଇଛନ୍ତି । ଏନେଇ ତିରୁପତି ତାଙ୍କ ସମର୍ଥକଙ୍କ ସହ ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ କାର୍ଯ୍ୟାଳରେ ନାମାଙ୍କନ ପତ୍ର ଦାଖଲ କରି କହିଛନ୍ତି ଯେ, ମୁଁ କଂଗ୍ରେସ ତରଫରୁ ଟିକେଟ୍ ପାଇଲି ନାହିଁ ଏଥିରେ ଦଳକୁ କିଛି ଦୋଷାରୋପ କରିବାକୁ ଚାହୁଁନି । କାରଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତିଙ୍କ ଉପରେ ମୋର ଅତୁଟ ବିଶ୍ୱାସ ରହିଛି । କିଛି ଖଳ ପ୍ରକୃତି ଲୋକ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ତିରୁପତି ।

ସେପଟେ କଂଗ୍ରେସ ପୁଣିଥରେ ବିଧାୟକ କେ, ସୁର୍ଯ୍ୟା ରାଓଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ପାରଳାରେ ନିଜର ଦବଦବା ରଖିଥିବା କେ. ସୁର୍ଯ୍ୟା ରାଓଙ୍କୁ ବିଜେଡି ପ୍ରାର୍ଥୀ କଲ୍ୟାଣୀ ଗଜପତିଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ଟିକେଟ୍ ଦେଇଛି ଦଳ । ଏହାପରେ ତିରୁପତି ସ୍ୱାଧୀନଭାବେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେହିପରି ଟିକେଟ୍ ବଣ୍ଟନ ପ୍ରକ୍ରିୟା ନେଇ ସବୁ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କିଏ ଦଳ ଛାଡୁଛି ତ ଆଉ କିଏ ଦଳରେ ରହି ପ୍ରତିବାଦ କରୁଥିବା ଘଟଣା ୩ ଦଳ ପାଇଁ ଦ୍ୱନ୍ଦ ବଢ଼ାଉଛି ।

ସମ୍ବନ୍ଧିତ ଖବର