ଗଜପତି: ଗୁରୁବାର ଅପରାହ୍ଣ ପରେ ପ୍ରାୟ ୧୫ ହଜାର ସମର୍ଥକମାନଙ୍କ ସହ ବିରାଟ ପଟୁଆରରେ ଯାଇ ତିରୁପତି ପାଣିଗ୍ରାହୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଆଶାୟୀ ପ୍ରାର୍ଥୀ ହୋଇଥିଲେ ବି ତାଙ୍କୁ ଏ ପର୍ଯ୍ୟନ୍ତ ଦଳ ତରଫରୁ ଟିକେଟ୍ ମିଳି ନାହିଁ। ତେଣୁ ସେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ କାର୍ଯ୍ୟାଳୟରେ ୨ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗୋଟିଏ ସେଟ୍ କଂଗ୍ରେସ ପାଟି ତରଫରୁ ଓ ଅନ୍ୟଟି ସ୍ୱାଧୀନ ଭାବେ। ଯଦି କଂଗ୍ରେସ୍ ପାର୍ଟିରୁ ତାଙ୍କୁ ଟିକେଟ୍ ନ ମିଳେ ସେ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/tirupati.jpg)