କଟକ : କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟଙ୍କ କଗନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇଟେକ୍ ସଂସ୍ଥା ମୁଖ୍ୟ ତିରୁପତି ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ୫ଟି ମାମଲାର ଏକତ୍ର ଶୁଣାଣି ହୋଇଛି। ଅଗଷ୍ଟ ୧୭ରେ ଶ୍ରୀ ପାଣିଗ୍ରାହୀଙ୍କ ସମସ୍ତ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ ମିଶ୍ର ମାମଲା ପରିଚାଳନା କରୁଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ଶ୍ରୀ ପାଣିଗ୍ରାହୀଙ୍କ ମାମଲାରେ ଚାର୍ଜସିଟ ପରେ ସ୍ୱତନ୍ତ୍ର ଅଦାଲତ ତାଙ୍କ ବିରୋଧରେ ଓପିଆଡି ଆଇନର ଧାରା ୬ ସହିତ ଆଇପିସର ବିଭିନ୍ନ ଦଫାରେ କଗନିଜାନ୍ସ ଗ୍ରହଣ କରିଥିଲେ। ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସମୟରେ ଓପିଆଇଡି ଆଇନ କାର୍ଯ୍ୟକାରୀ ହୋଇ ନଥିଲା। ତେଣୁ ଅଦାଲତ ପରବର୍ତ୍ତୀ ସମୟରେ ଓପିଆଇଡି ଆଇନ ଆଧାରରେ ତାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ନିମ୍ନ ଅଦାଲତ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ତିରୁପତି ପାଣିଗ୍ରାହୀ
/sambad/media/post_attachments/wp-content/uploads/2018/07/tirupati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)