ଭୁବନେଶ୍ବର : ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୩୭.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ୫ଟି ସହର ଏବେ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ ପରେ ବଲାଙ୍ଗୀରରେ ମଧ୍ୟ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ତାଳଚେରରେ ୩୬ ଡିଗ୍ରି, ସୋନପୁରରେ ୩୬ ଡିଗ୍ରି ଓ ସମ୍ବଲପୁରରେ ୩୫.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ରାଜ୍ୟର ସର୍ବାଧିକ ତାପମାତ୍ରା ଭଦ୍ରକଠାରେ ୨.୨ ଡିଗ୍ରି ସେଲ୍ସିୟସ୍ ବୃଦ୍ଧି ପାଇଥିବା ବେଳେ ତାଳଚେର ଓ ଚାନ୍ଦବାଲିରେ ୨ ଡିଗ୍ରି, ରାଜଧାନୀ ଭୁବନେଶ୍ବରରେ ୧.୨ ଡିଗ୍ରି ତାପମାତ୍ରା ବୃଦ୍ଧିପାଇଛି। ଏଥିସହ ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୧ ଡିଗ୍ରି ଓ ଭବାନୀପାଟଣାରେ ୦.୫ ଡିଗ୍ରି ଦିନ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟ ଉପରେ ଏବେ କୌଣସି ପାଣିପାଗ ନିୟାମକର ପ୍ରଭାବ ନଥିବାରୁ ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/heat-wave.jpg)