ଟିଟିଲାଗଡ଼: ଟିଟିଲାଗଡ଼ ଜିଲ୍ଲା ଦାବି ନେଇ ସ୍ଥାନୀୟ ଓକିଲ ସଂଘ ସଭାକକ୍ଷରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଆବାହକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଦାବି ଆନ୍ଦୋଳନକୁ ଆଗାମୀ ଦିନରେ ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ବାସୀଙ୍କୁ ଜିଲ୍ଲା ଗଠନ ପାଇଁ ୩ଥର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଯାଏ ତାହା ପାଳନ କରିନଥିବା ଅଭିଯୋଗ କରି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Advertisment

ଏହି ବୈଠକରେ ଶୁଭ୍ରାଂଶୁ ଦାଶ, ବିଜେଡି ନେତା ଭବାନୀ ହୋତା, ଯାଦବ ନେତା ଘିନୁ ଆଡ଼ଜୁଆଡ଼, କଂଗ୍ରେସ ନେତା କେ. ତ୍ରିନାଥ ରାଓ, ତୁଳସୀ ସାହୁ, ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ବିଜେପି ଜିଲ୍ଲା ମିଡିଆ ସେଲ୍‌ ଆବାହକ ଆଲୋକ ନାୟକ, ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, ନାରୀ ନେତ୍ରୀ ଅଞ୍ଜଳି ବେହେରା, କୁମୁଡ଼ା ପାହାଡ଼ ସୁରକ୍ଷା ସମିତିର ଉପେନ୍ଦ୍ର ବାଗ, ଚାଷୀନେତା ବାଳକୃଷ୍ଣ ଷଣ୍ଢ, ଗରିବ ସେନା ଆବାହକ ବୀରେନ୍ଦ୍ର ବାଗ, ହରି ବହିଦାର, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ପୂର୍ବ ଚେୟାରମ୍ୟାନ ସନ୍ତୋଷ ପ୍ରଧାନ, ସମାଜକଲ୍ୟାଣ ପରିଷଦର ପ୍ରକାଶ ସରାଫ, ପ୍ରକାଶ ଗୋୟଲ, ଦୀପକ ସମ୍ମାଦାର, ମାନସ ମହାନ୍ତି, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡ଼ା, ଜଗଦୀଶ ଜୈନ, ସଞ୍ଜୟ ବେହେରା, ଅଶୋକ ତ୍ରିପାଠୀ, ସୁବୋଧ ଦାଶ, ମନୋଜ ଶତପଥୀ, ସୁଧୀର ଅଗ୍ରୱାଲ ପ୍ରମୁଖ ଉପସ୍ଥିତଥିଲେ। ଆଗାମୀ ଦିନରେ ବଡ଼ ଧରଣରର ଆନ୍ଦୋଳନ କରିବା ପାଇଁ ନି‌ଷ୍ପତ୍ତି ନିଆଯାଇଥିଲା।