ଟିଟିଲାଗଡ଼ : ଗତ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ଦାବିରେ ଟିଟିଲାଗଡ଼ଠାରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ହଜାରହଜାର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳଷ୍ଟେସନକୁ ଧସେଇ ପଶିଛନ୍ତି। ଏହିସମୟରେ ଆନ୍ଦୋଳନକାରୀ ଚାଷୀନେତା ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ‌ହୋଇଛି। ଧସ୍ତାଧସ୍ତିରେ କେତେଜଣ ଚାଷୀନେତା ଓ ସୁରକ୍ଷା କର୍ମଚାରୀ ତଳେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି।

Advertisment

୨୦୨୧ ମସିହାରେ ଜିଲ୍ଲାର ୧୪ଟି ଯାକ ବ୍ଲକ୍‌ର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ଜିଲ୍ଲାର ୯୫ଟି ପଞ୍ଚାୟତ ବୀମା ପାଇବାର ହକ୍‌ଦାର୍‌ ଥିବାବେଳେ ଗତ ଏକବର୍ଷ ଧରି ବୀମା କମ୍ପାନି ବୀମା ରାଶି ପଇଠ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଚାଷୀ ସଂଗଠନ ଅଭିଯୋଗ କରିଛି। ବୀମା ରାଶି ତୁରନ୍ତ ପଇଠ କରିବାନେଇ ଅନେକଥର ଦାବି କରି ଆନ୍ଦୋଳନ କରିଛି ଜିଲ୍ଲା କୃଷକ ମହାସଂଗଠନ। ସବୁସମୟରେ ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିଲା। କୌଣସି ସୁଫଳ ମିଳୁ ନଥିବାରୁ କୃଷକ ମହାସଂଗଠନ ଚଳିତ ମାସ ୧୩ ତାରିଖ ଯାଏ ମହଲତ ଦେଇଥିଲା। ତଥାପି କୌଣସି ପଦକ୍ଷେପ ନିଆ ନଯିବାରୁ ଶୁକ୍ରବାର ଟିଟିଲାଗଡ଼ ସହରରେ ରେଳରୋକ ଆନ୍ଦୋଳନ କରିଛି।