ଆଜିଠୁ ଚାଲିବ ଟିଟିଲାଗଡ଼-ରାୟପୁର ପେସେଞ୍ଜର

ସମ୍ବଲପୁର: ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ବନ୍ଦ ଥିବା ୨ ଯୋଡ଼ା ‌ପାସେଞ୍ଜର ଟ୍ରେନ୍‌ ସେବା ଚଳିତ ମାସରୁ ପୁଣି ଆରମ୍ଭ ହେବ। ଟ୍ରେନ୍‌ ନମ୍ବର ୦୮୨୭୭ ଟିଟିଲାଗଡ଼-ରାୟପୁର ପାସେଞ୍ଜର  ସ୍ବତନ୍ତ୍ର ୮ ତାରିଖରୁ ଓ ୦୮୨୭୮ ରାୟପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ ୯ ତାରିଖରୁ ପୁନଃଚଳାଚଳ କରି‌ବ।

ସେହିପରି ଟ୍ରେନ୍ ନମ୍ବର ୦୮୨୭୫ ରାୟପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ବତନ୍ତ୍ର ଆସନ୍ତା ୨୨ ତାରିଖରୁ ଓ ୦୮୨୭୬ ଜୁନାଗଡ଼ ରୋଡ୍-ରାୟପୁର ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ ୨୩ ତାରିଖରୁ ପୁଣି ଚାଲିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର