ପାଣିପାଗ: ୪୧ ଡିଗ୍ରି ଉପରେ ରାଜ୍ୟର ୧୨ଟି ସହର, ୪୫.୫ ଡିଗ୍ରିରେ ସିଝିଲା ଟିଟିଲାଗଡ଼

ଭୁବନେଶ୍ୱର: ରାଜ୍ୟର ୧୨ଟି ସହରର ତାପମାତ୍ରା ଆଜି ୪୧ଡିଗ୍ରି ଉପରେ ରେକର୍ଡ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ଟିଟିଟାଲଗଡ଼ରେ ଆଜି ସର୍ବାଧିକ ୪୫.୫ ଡି୍ରଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଭବାନୀପାଟଣାରେ ୪୪.୨ ଡିଗ୍ରି, ତାଳଚେରରେ ୪୩.୮ ଡିଗ୍ରି, ବଲାଙ୍ଗୀରରେ ୪୩.୫ ଡିଗ୍ରି, ମାଲକାନଗିରିରେ ୪୩ ଡିଗ୍ରି, ସମ୍ବଲପୁରରେ ୪୨.୬ ଡିଗ୍ରି, ବୌଦ୍ଧରେ ୪୨.୫ ଡିଗ୍ରି, ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ାରେ ୪୨.୨ଡିଗ୍ରି, ପାରଳାଖେମୁଣ୍ଡିରେ ୪୨ ଡିଗ୍ରି ଓ ଫୁଲବାଣୀରେ ୪୧.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଗାମୀ ୪ ଦିନ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି । ଏଥି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସମ୍ବନ୍ଧିତ ଖବର