ଟିଟିଲାଗଡ଼ ଟପିଲା ୪୦.୫ ଡିଗ୍ରି, ଭୁବନେଶ୍ୱର ପାରା ୩୯.୪ ଡିଗ୍ରି

ଭୁବନେଶ୍ୱର: ରାଜରେ ପ୍ରଥମ ଥର ପାଇଁ ଏବର୍ଷ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଟିଟିଲାଗଡ଼ର ତାପମାତ୍ରା ୪୦.୫ ଡିଗ୍ରି ଟପିଛି। ସେହିଭଳି ରାଜଧାନୀ ଭୁବନେଶ୍ୱରରେ ବୁଧବାର ତାପମାତ୍ରା ୩୯.୪ ଡିଗ୍ରି ଥିବା ବେଳେ କଟକର ତାପମାତ୍ରା ୩୭.୮ ଡିଗ୍ରି ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ୪୦.୩ ଡିଗ୍ରି, ତାଳଚେର ୩୯.୯ ଡିଗ୍ରି ଓ ଅନୁଗୁଳରେ ୩୯.୭ ଡିଗ୍ରିରେ ପହଞ୍ଚିଛି। ସେହିଭଳି ରାଜ୍ୟର ଅଧିକାଂଶ ସହରରେ ଭୀଷଣ ଗରମ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର