ସମ୍ବଲପୁର: ଟିଟିଲାଗଡ଼ ସମ୍ବଲପୁର ରେଳ ମଣ୍ଡଳର ପ୍ରଥମ ୫ ପ୍ଲାଟ୍ଫର୍ମ ବିଶିଷ୍ଟ ରେଳ ଷ୍ଟେସନ୍ ହେବାକୁ ଯାଉଛି। ଟିଟିଲାଗଡ଼-କେସିଂଗା ତୃତୀୟ ଲାଇନ୍ର କମିସନିଂ ସହ ଟିଟିଲାଗଡ଼ ରେଳ ଷ୍ଟେସନ୍ରେ ଚତୁର୍ଥ ଓ ପଞ୍ଚମ ପ୍ଲାଟ୍ଫର୍ମ ମଧ୍ୟ ଉଦ୍ଘାଟିତ ହେବ। ଏଥି ସହ ଏହି ପୁରାତନ ଜଂସନ୍ ସମ୍ବଲପୁର ମଣ୍ଡଳର ପ୍ରଥମ ୫ ପ୍ଲାଟଫର୍ମ ବିଶିଷ୍ଟ ଷ୍ଟେସନ୍ ହେବ। ତେବେ ଏହି ନୂଆ ପ୍ଲାଟ୍ଫର୍ମରେ ରେଳ ରହଣି ଆରମ୍ଭ ହୋଇ ଯାଇଛି।
ଶନିବାର ଦକ୍ଷିଣ ପୂର୍ବ ରେଳବାଇ ସର୍କଲ୍ର ମୁଖ୍ୟ େରଳ ନିରାପତ୍ତା ଆୟୁକ୍ତ ଏମ୍ଏମ୍ ଚୌଧୁରୀ ଏଠାରେ ପହଞ୍ଚିଥିଲାବେଳେ ରବିବାର ସିକିର୍-ଟିଟିଲାଗଡ଼-କେସିଂଗା ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ ହେବ। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାର ରାଉରକେଲା ଓ ଝାରସୁଗୁଡ଼ା ଷ୍ଟେସନ୍ରେ ୫ ବା ଅଧିକ ପ୍ଲାଟ୍ଫର୍ମ ରହିଛି। କିନ୍ତୁ ଏହି ଷ୍ଟେସନ୍ ଗୁଡ଼ିକ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ମଣ୍ଡଳ ଅଧୀନରେ ଆସୁଥିବାବେଳେ ସମ୍ବଲପୁର ମଣ୍ଡଳରେ ଏହାର ମୁଖ୍ୟାଳୟ ସମ୍ବଲପୁର ସମେତ କୌଣସି ଷ୍ଟେସନ୍ରେ ୫ ପ୍ଲାଟ୍ଫର୍ମ ନଥିଲା।