ଆଜି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ; ୪୧ ଡିଗ୍ରି ସହ ଟିଟଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେଉଥିବାରୁ ତାତିର ପ୍ରଭାବ କିଛିଟା କମ ରହିଛି। ଆଜି ରାଜ୍ୟର ୫ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ବା ତା’ଉପରେ ରହିଥିବା ବେଳେ ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।

ରାଜ୍ୟର ଅନ୍ୟ ଯେଉଁ ୪ ସହରର ତାପମାତ୍ରା ୪୦ ଡିଗ୍ରି ବା ତା’ଉପରେ ରହିଛି, ସେଗୁଡ଼ିକ ହେଲା: ସୁନ୍ଦରଗଡ଼ (୪୦.୦), ତାଳଚେର (୪୦.୧), ବୌଦ୍ଧ (୪୦.୫) ଓ ବଲାଙ୍ଗୀର (୪୦.୦)।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୪.୦ ଡିଗ୍ରି ରହିଥିବା ବେଳେ ଓ କଟକ ସହରର ତାପମାତ୍ରା ୩୪.୮ ଡିଗ୍ରି ସେଲସିୟସ ରହିଥିଲା।

ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଥିବାରୁ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ ସେପରି ବଡ଼ ଧରଣର କୌଣସି ପରିବର୍ତ୍ତନ ଘଟିବ ନାହିଁ। ଅପରପକ୍ଷେ ଆସନ୍ତାକାଲି (୨୨ ଅପ୍ରେଲ) ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାରଦ ତଳମୁହାଁ ରହିବା ସହ ଦିନର ତାପମାତ୍ରା ୨-୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଏଥିସହ ଆଜି
ବାଲେଶ୍ୱର ୩୩.୭
ଚାନ୍ଦବାଲି ୩୨.୫
ପାରାଦୀପ ୩୨.୮
ଗୋପାଳପୁର ୩୩.୨
ପୁରୀ ୩୩.୪
ଅନୁଗୁଳ ୩୮.୧
ବାରିପଦା ୩୫.୬
ଝାରସୁଗୁଡ଼ା ୩୯.୪
କେନ୍ଦୁଝର ୩୨.୬
ସମ୍ବଲପୁର ୩୮.୨
ସୁନ୍ଦରଗଡ଼ ୪୦.୦
ହୀରାକୁଦ ୩୮.୩
ତାଳଚେର ୪୦.୧
ଭବାନୀପାଟଣା ୩୯.୫
ବଲାଙ୍ଗୀର ୪୦.୦
କୋରାପୁଟ ୩୪.୫
ଫୁଲବାଣୀ ୩୮.୦
ଟିଟଲାଗଡ଼ ୪୧.୦
ମାଲକାନଗିରି ୩୬.୦
ସୋନପୁର ୩୯.୮
ଦାରିଙ୍ଗିବାଡ଼ି ୩୪.୦
ନୟାଗଡ଼ ୩୬.୦
ବୌଦ୍ଧ ୪୦.୫
ଛତ୍ରପୁର ୩୪.୦
ପାରଳାଖେମୁଣ୍ଡି ୩୫.୫
ରାୟଗଡ଼ା ୩୫.୭ ଡିଗ୍ରି ସେଲସିୟସ ରହିଥିଲା।

ସମ୍ବନ୍ଧିତ ଖବର