ଅନୁଗୁଳ ଓ ଟିଟିଲାଗଡ ସର୍ବାଧିକ ଉତ୍ତପ୍ତ ସହର, ତାପମାତ୍ରା ୪୦.୫ ଡିଗ୍ରି

ଭୁବେନେଶ୍ୱର: ରାଜ୍ୟର ୬ଟି ସହରରେ ଶୁକ୍ରବାର ୪୦ ଡିଗ୍ରିରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୧୦ଟା ପରେ ଟାଣୁଆ ଖରା ଅନୁଭୂତ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ୨ଟି ସହରରେ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଉଛି।

ମାଲକାନଗିରିରେ ୪୦.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪୦.୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ସୋନପୁରରେ ୪୦.୨, ହୀରକୁଦ ୪୦.୧, ତାଳଚେର ୪୦.୦ ଡିଗ୍ରି ତାପମାତ୍ରା ଅନୁଭୂତ ହୋଇଛି। ଝାରସୁଗୁଡାରେ ୩୯.୭, ଢ଼େଙ୍କାନଳରେ ୩୯.୪ ଡିଗ୍ରି ଅନୁଭୂତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସକାଳ ବେଳା ଆକାଶରେ ବାଦଲ ଥିଲେ ମଧ୍ୟ ମଧ୍ୟାହ୍ନରେ ପ୍ରବଳ ଖରା ହୋଇଛି। ଭୁବନେଶ୍ୱର ଓ ସମ୍ବଲପୁରରେ ଆଜି ୩୯.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର