୪୦ ଡିଗ୍ରି ଛୁଇଁଲା ଟିଟିଲାଗଡ଼

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ବଢ଼ିଚାଲିଛି ତାତି। ଦ୍ୱିତୀୟ ଥର ଲାଗି ଆଜି ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିଛି। ପ୍ରବଳ ତାତି ଅନୁଭୂତ ହେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡ଼ିଶା ଧୀରେ ଧୀରେ ତତଲା ପାଲଟୁଛି। ଗତକାଲି ପରି ଆଜି ମଧ୍ୟ ଅନୁଗୁଳରେ ୩୯.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ତାଳଚେରରେ ୩୯.୬, ବଲାଙ୍ଗୀରରେ ୩୯ ଡିଗ୍ରି ରହିଥିଲା। ଏଥିସହ ସୋନପୁର, ଭବାନୀପାଟଣା, ବାରିପଦା ଓ ମାଲକାନଗିରିରେ ୩୮ ଡିଗ୍ରି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୋଟ ୧୮ଟି ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ୱର ତାପମାତ୍ରା ହ୍ରାସ ପାଇ ୩୭.୯ ଡିଗ୍ରିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର