ବଢ଼ୁଛି ତିତ୍‌ଲି କ୍ଷତ : ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ

ପାରଳାଖେମୁଣ୍ଡିରେ କ୍ୟାମ୍ପ କରିବେ ବିଭାଗୀୟ ମୁଖ୍ୟ, ଗଜପତିରେ ୭ ପରିବାର ସ୍ଥାନାନ୍ତର ପାଇଁ ଅମଙ୍ଗ ହୋଇଥିଲେ, କେବଳ ଜଳକା ରହିଛି ବିପଦ ସଙ୍କେତ ଉପରେ

ଭୁବନେଶ୍ବର : ୧୧ ହଜାର ୮୩୦ ଘର ଉିଡ଼ଯାଇଛି କେବଳ ଗାଞ୍ଜମ ଜିଲ୍ଲାରେ। ପୁରୀ ଜିଲ୍ଲାରେ ୧୪୦୧, କଟକରେ ୯୩୨ ଘର ଭାଙ୍ଗିଛି। ତିତ୍‌ଲି ତାଣ୍ତବର ଧ୍ବ˚ସ ସ୍ତୁପ ଭିତରୁ କ୍ଷତି ସାଉଁଟି ଏମିତି ହିସାବ କରିଛନ୍ତି ରାଜ୍ୟ ସରକାର। ଖୋର୍ଧା, କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର, ମୟୂରଭଂଜ ନୟାଗଡ଼ ସମେତ ୧୬ଟି ତିତ୍‌ଲି ଓ ତା’ ପରବର୍ତୀ ବନ୍ୟା ପ୍ରଭାବିତ ଜିଲ୍ଲାରୁ ଏଯାଏ ଯେତିକି ରିେପାର୍ଟ ଆସିଛି, ସେଥିରୁ ଜଣାପଡିଛି ଯେ ୧୬ ହଜାର ୮୩୦ ଘର ଭାଙ୍ଗିଯାଇଛି। ଏହି ସଂଖ୍ୟା ଆହୁରି ଅଧିକ ହୋଇପାେର। କେବଳ ଘର ନୁେହଁ, ପଶୁସଂପଦ, ବିଦ୍ୟୁତ୍‌ ଭିତ୍ତିଭୂମି, ଚାଷ ଆଦି କ୍ଷେତ୍ରରେ ସାଂଘାତିକ କ୍ଷତି ହୋଇଛି।

ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ଥିତି ସମୀକ୍ଷା କରିବା ପରେ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ସେମାନେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତିର ପ୍ରାଥମିକ ଚିଠା ଆକଳନ କରି ସରକାରଙ୍କୁ  ରିପୋର୍ବେଟ ଦେବେ। ବିଭିନ୍ନ ବିଭାଗର ସଚିବଙ୍କୁ ମଧ୍ୟ ସେମାନଙ୍କ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିବା ଲାଗି କହିଛନ୍ତି।

ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁନରୁଦ୍ଧାର ଓ କ୍ଷୟକ୍ଷତି ଆକଳନ କାର୍ଯ୍ୟ ପରିଚାଳନା ନିମନ୍ତେ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ଏହାସତ୍ତ୍ବେଆଜି ମୁଖ୍ୟଶାସନ ସଚିବ ଶ୍ରୀ ପାଢୀ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ପାରଳାଖେମୁଣ୍ଡିେର କ୍ୟାମ୍ପ କରିବାକୁ ନିର୍ଦେଶ ଦେଇଛନ୍ତି।

ମିଳୁଥିବା ରିପୋର୍ଟକୁ ଆଧାର କରି ସ୍ବତନ୍ତ୍ର ରିଲିଫ୍ କମିସନର ଯେଉଁ ତଥ୍ୟ ଦେଇଛନ୍ତି, ତାହା ସୂଚାଉଛି ଯେ ଯେତେ ଆଶଙ୍କା କରାଯାଉଥିଲା, ତାହାଠାରୁ କ୍ଷତି ପରିମାଣ ବହୁତ ବେଶୀ। ସରକାର ସ୍ବୀକାର କରିଛନ୍ତି ଯେ ଏହି ଦୁର୍ବିପାକରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁ ପ୍ରସାଦ ସେଠୀ ଗଣମାଧ୍ୟମକୁ କହିଛନ୍ତି, ଏ ସମସ୍ତେ ଗଜପତି ଜିଲ୍ଲା ଗଙ୍ଗବାଡ ପଞ୍ଚାୟତର ବାରଘରରେ ପଥର ଧସି ପ୍ରାଣ ହରାଇଛନ୍ତି। ମୃତ୍ୟୁ ହୋଇଥିବା ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ।

ଏସ୍‌ଆର୍‌ସି କହିଛନ୍ତି, କ୍ଷତିଗ୍ରସ୍ତ ଅଂଚଳରେ ୭୫ଟି ପରିବାର ବାସ କରୁଥିଲେ। ବାତ୍ୟା ପୂର୍ବଦିନ ସରକାରୀ ଅଧିକାରୀ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ। ୬୮ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ୭ଟି ପରିବାର ସ୍ଥାନାନ୍ତର ହେବାକୁ ରାଜି ହୋଇନଥିଲେ। ସେହି ୭ ପରିବାରର ସଦସ୍ୟଙ୍କର ହିଁ ମୃତ୍ୟୁ ହୋଇଛି।

ତିତ୍‌ଲି ତାଣ୍ତବରେ ୧୬ଟି ଜିଲ୍ଲା ଗଞ୍ଜାମ, ରାୟଗଡା, ଖୋର୍ଧା, ପୁରୀ, ଜଗତସି˚ହପୁର, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ମୟୂରଭଂଜ, ବାଲେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ଗଜପତି, କେନ୍ଦ୍ରାପଡ଼ା, ଏବ˚ ଯାଜପୁର ମକଚି ହୋଇଯାଇଛି। ମୋଟ ୫୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ହିସାବ ହେଉଛି ୭୨୨୯ଟି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କିଛି ପୌରପାଳିକାରେ ବି ବ୍ୟାପକ କ୍ଷତି ଘଟିଛି।

ଫସଲ କ୍ଷତି ଏତେ ଯେ ଚାଷୀର ଅଣ୍ଟା ଭାଙ୍ଗିଯବ। ବାତ୍ୟା ଏବ˚ ବର୍ଷା ପ୍ରକୋପ ଯୋଗୁଁ ପାଖାପାଖି ୨ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଯାଇଛି। ଧାନ ସମେତ ଅନ୍ୟ ଅର୍ଥକରୀ ଫସଲ ବିଢେର୍ ପ୍ରଭାବିତ ହୋଇଛି। ଏଣୁ ଫସଲ ଉତ୍ପାଦନ କମିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି ବିଦ୍ୟୁତ୍‌ ଯୋଗାଣ କ୍ଷେତ୍ରରେ। ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାକୁ ବାତ୍ୟା ଖିନ୍‌ଭିନ୍‌ କରିଦେଇଥିଲା। ସାଉଥକୋ ଅଧୀନରେ ଥିବା ଗଂଜାମ, ଗଜପତି, କନ୍ଧମାଳ ଓ ରାୟଗଡାରେ ବିଦ୍ୟୁତ୍‌ ସେବା ଉପରେ ଏହାର ଢେର୍ ପ୍ରଭାବ ପଡିଥିଲା। ୪ଟି ମୁଖ୍ୟ ପରିବହନ ଲାଇନ ତିତ୍‌ଲି ମାଡ଼ରେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସଚିବ ହେମନ୍ତ ଶର୍ମା ପ୍ରଭାବିତ ଜିଲ୍ଲାରେ କ୍ୟାମ୍ପ କରିଛନ୍ତି। ତା’ ସତ୍ତ୍ବେ ବିଦ୍ୟୁତ୍‌ ସେବାରେ ଶତପ୍ରତିଶତ ସୁଧାର ଆସିପାରିନାହିଁ। ଗଞ୍ଜାମ, ଗଜପତି ସଦର ମହକୁମା, ଡାକ୍ତରଖାନା, ପାନୀୟ ଜଳ ଯୋଗାଣ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ହୋଇଛି।

ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି, ପାଖାପାଖି ୨ହଜାର କର୍ମଚାରୀ ଓ ଅଧିକାରୀ କାମରେ ଲାଗିଛନ୍ତି। ୮ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୬ଲକ୍ଷ ଲୋକଙ୍କୁ ଏଯାଏ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ୯୦ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇପାରିବ ବୋଲି ବିଭାଗ ଆଶା ଦେଖାଇଛି। ଏଯାଏ ୧୬୫୦ କିେଲାମିଟର ବିଦ୍ୟୁତ୍‌ ତାର ସଜଡା ସରିଛି।

ସେହିଭଳି ପଶୁସଂପଦ କ୍ଷେତ୍ରରେ ମଧ୍ୟ କ୍ଷତିର ପରିମାଣ କିଛି କମ୍ ନାହିଁ। ୭.୩୪ ଲକ୍ଷ ପଶୁ ପ୍ରଭାବିତ ହୋଇଛନ୍ତି। ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଖୋର୍ଧା ଓ କଟକରେ ବେଶୀ କ୍ଷତି ହୋଇଛି।

ଉଲ୍ଲେଖଥାଉକି, ଜଳକାକୁ ଛାଡିଦେଲେ ଅନ୍ୟ ସବୁ ନଦୀ ଅର୍ଥାତ୍ ବଶଂଧାରା, ଋଷିକୂଲ୍ୟା, ବୈତରଣୀ ଓ ବୁଢାବଳଙ୍ଗରେ ବନ୍ୟା ପାଣି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜଳକାେର ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏଠାରେ ଜଳସ୍ତର ପାଖାପାଖି ୧ମିଟର ଉପରେ ରହିଛି, କିନ୍ତୁ କମୁଛି।

ସମ୍ବନ୍ଧିତ ଖବର