କମିନି ତିତ୍‌ଲି ତାଉ : ଦୁର୍ବଳ ହୋଇଗଲାଣି, ତଥାପି ବର୍ଷୁଛି

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

୮୬ ବ୍ଲକର ସ୍ଥିତି ଟାଣିଆଣିଲା ବିପତ୍ତି, ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ସ୍ଥିତି ବେହାଲ

ବୈତରଣୀ, ବୁଢାବଳଙ୍ଗରେ ବନ୍ୟା ଆସିବ, ଆଜି ମୟୂରଭଂଜ, ସୁନ୍ଦରଗଡ଼ରେ ହୋଇପାରେ ବଡ଼ ବର୍ଷା

ଭୁବନେଶ୍ବର : ମାତ୍ର ୨୪ ଘଣ୍ଟା ମଧ୍ୟରେ ୨ଟି ବ୍ଲକରେ ୩୦୦ ମିଲିମିଟର, ୨୧ଟି ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ଓ ୬୩ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ଭୀଷଣ ସାମୁଦ୍ରିକ ବାତ୍ୟା ତିତଲି ବିପର୍ଯ୍ୟୟକୁ ଏମିତି ବଢାଇ ଦେଇଛି ଯେ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ସ୍ଥିତି ବେହାଲ ହୋଇଗଲାଣି। ବାତ୍ୟା ଠାରୁ ବଳିଗଲାଣି ବନ୍ୟା ବିପର୍ଯ୍ୟୟର ବିଭୀଷିକା। ଦୁର୍ବଳ ହୋଇ ଅବପାତରେ ପରିଣତ ହେଲାଣି, ତଥାପି କମୁଲି ତିତଲି ତାଉ। ରାଜ୍ୟର ସିଂହଭାଗ ଅଞ୍ଚଳକୁ ଗୁରାଣ୍ଡିଦେଲାଣି।

ଋଷିକୂଲ୍ୟା ଓ ବଡନଦୀ ଓ ବାହୁଦା ନଦୀର ବନ୍ୟା ଗଞ୍ଜାମ ଜିଲ୍ଲାକୁ ଶୋଚନୀୟ ପରିସ୍ଥତି ଭିତରକୁ ଟାଣି ନେଇଛି। ଗଞ୍ଜାମ ଜିଲ୍ଲାର ଆସ୍କା, ପୁରୁେଷାତ୍ତମ, ଧରାକୋଟ ସ୍ଥିତି ସଙ୍ଗିନ୍। ସହର ଓ ଗାଁ ପେଟରେ ପେଟେ ପାଣି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଅଧିକାଂଶ ଅଞ୍ଚଳ। ଜନଜୀବନ ଅସ୍ତବ୍ୟସ୍ତ। ଗତ ଦୁଇ ଦଶନ୍ଧି ଭିତରେ ଏମିତି କେବେ ପରିସ୍ଥିତି ସୃଷ୍ଟି ହୋଇନଥିଲା ଗଞ୍ଜାମ ଜିଲ୍ଲାରେ।

ବଂଶଧାରା ଓ ମହେନ୍ଦ୍ରତନୟା ନଦୀର ବନ୍ୟା ରାୟଗଡା ଓ ଗଜପତି ଜିଲ୍ଲାବାସୀଙ୍କ ଦୁଃଖକୁ ମଧ୍ୟ ଦ୍ବିଗୁଣିତ କରିେଦଇଛି। ଯଦିଓ ବନ୍ୟାର ପ୍ରକୋପ କମିଲାଣି ଓ ବର୍ଷା ଆଉ ନାହିଁ, ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସିପାରିନାହିଁ।

ଏପଟେ ବୈତରଣୀ ନଦୀେର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ବଡ଼ ବନ୍ୟା ନ ହେଲେ ମଧ୍ୟ ନଦୀ ବିପଦ ସଙ୍କେତ ଅତିକ୍ରମ କରିପାରେ। ବୁଢାବଳଙ୍ଗ ଓ ଜଳକାରେ ବି ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ। ଜଳସଂପଦ ବିଭାଗ ପୂର୍ବାନୁମାନ କରୁଛି, ତିତଲି ପ୍ରଭାବରେ ଆସନ୍ତାକାଲି ମୟୂରଭଂଜ, ସୁନ୍ଦରଗଡରେ ବଡ ବର୍ଷା ହେବ।

ଭୀଷଣ ସାମୁଦ୍ରିକ ଝ଼ଡ ତିତଲି ଏବେ ଦୁର୍ବଳ ‌ହୋଇ ଅବପାତରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟାରେ କେନ୍ଦୁଝରଗଡର ୮୦ କିେଲାମିଟର ଦକ୍ଷିଣରେ ରହିଛି। ଏହା ଉତ୍ତର ପୂର୍ବ ଆଡକୁ ଗତି କରିବା ସହିତ ଆସନ୍ତାକାଲି ଅଧିକ ଦୁର୍ବଳ ହୋଇ ଆଗକୁ ଯିବ।

ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ମିେଜାରାମ, ତ୍ରିପୁରା ପର୍ଯ୍ୟନ୍ତ ଏହାର ପ୍ରଭାବ ଲମ୍ବିବ ବୋଲି ଭାରତର ପାଣିପାଗ ବିଭାଗ ଆକଳନ କରିଛି।

ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ତିତଲି ପ୍ରଭାବରେ ଯେଉଁବର୍ଷା ହେଉଛି, ତାହା ଓଡ଼ିଶାକୁ ପୁଣି ଏକ ବଡ଼ ବିପର୍ଯ୍ୟୟକୁ ଠେଲି ଦେଇଛି। ଏହି ସମୟ ମଧ୍ୟରେ କନ୍ଧମାଳର ଜି ଉଦୟଗିରିରେ ୩୫୧ ମିଲିମିଟର ଓ କଟକର କଣ୍ଟାପଡାରେ ୩୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କନ୍ଧମାଳ ଜିଲ୍ଲାରେ ୨୩୦.୯ ମିଲିମିଟର, ଗଜପତିରେ ୨୦୫.୮ ମିଲିମିଟର, କଟକରେ ୧୬୬.୧ ମିଲିମିଟର, ନୟାଗଡରେ ୧୬୧.୫ ମିଲିମିଟର, ଖୋର୍ଧାରେ ୧୫୪.୭ ମିଲିମିଟର, ପୁରୀରେ ୧୨୯.୯ ମିଲିମିଟର, ବୌଦ୍ଧରେ ୧୧୮.୩ ମିଲିମିଟର, ଢେଙ୍କାନାଳରେ ୧୦୬.୬ ମିଲିମିଟର ଓ ଜଗତସିଂହପୁରରେ ୧୦୫.୮ ମିଲିମିଟର ବର୍ଷା ହୋଇଛି। ସେହିଭଳି ୭ଟି ଜିଲ୍ଲାରେ ହାରାହାରି ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି। ସେଗୁଡିକ ହେଲା, ଯାଜପୁର (୯୬.୮ ), ଗଞ୍ଜାମ (୯୫.୩), ଭଦ୍ରକ( ୮୨.୧), ରାୟଗଡା( ୮୧.୨), ଅନୁଗୁଳ(୭୮.୭), କେନ୍ଦ୍ରାପଡା (୭୮.୩)ଏବଂ କଳାହାଣ୍ଡି (୫୭.୨)।

ବଡ଼ ବର୍ଷା ପ୍ରଭାବରେ ବଂଶଧାରା, ମହେନ୍ଦ୍ରତନୟା, ଋଷିକୂଲ୍ୟା, ବଡ଼ନଦୀ ଓ ବାହୁଦାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବଂଶଧାରା ଗୁଣୁପୁରରେ ବିପଦ ସଙ୍କେତ ଠାରୁ ତଳକୁ ଖସିଲାଣି। କାଶୀନଗରରେ ପାଣି କମୁଥିଲେ ହେଁ, ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଋଷିକୂଲ୍ୟା ପୁରୁଷୋତ୍ତମ ପୁରଠାରେ ବିପଦ ସଙ୍କେତ ଠାରୁ ପାଖାପାଖି ୨ମିଟର ଉପରେ ରହିଛି। ଏପଟେ ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏଯାଏ ୫ଟି ଘାଇ ଋଷିକୂଲ୍ୟାରେ ହୋଇଛି। ସେହିପରି ବୈତରଣୀ ଅବବାହିକାରେ ବଡ଼ ବର୍ଷା କାରଣରୁ ସେଠାରେ ମଧ୍ୟ ଏକ ଛୋଟ ବନ୍ୟା ସୃଷ୍ଟି ହେବ ବୋଲି ବିଭାଗ ଆଗୁଆ ସତର୍କ କରାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀଙ୍କ ରିେପାର୍ଟ କହୁଛି, ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, କନ୍ଧମାଳ ଓ କେନ୍ଦ୍ରାପଡା ପ୍ରଭାବିତ ହୋଇଛି। ମୋଟ ୫୨ଟି ବ୍ଲକରେ ତିତଲି ଓ ପରବର୍ତୀ ବନ୍ୟା ପ୍ରଭାବ ଗମ୍ଭୀର। ଏ ମଧ୍ୟରେ ଗଜପତିର ୭ଟି, ଗଂଜାମର ୨୨ଟି, ପୁରୀର ୬ଟି, କେନ୍ଦ୍ରାପଡାର ୯ଟି, କନ୍ଧମାଳର ୬ ଓ ରାୟଗଡାର ୨ଟି ବ୍ଲକ ରହିଛି। ସମୁଦାୟ ୩୮ ଲକ୍ଷ ୭୭ ହଜାର ୪୪ ଜଣ ପ୍ରଭାବିତ ହୋଇଛନ୍ତି।

କେବଳ ଓଡ଼ିଶା ନୁେହଁ, ବାତ୍ୟା ପରର ବନ୍ୟା ସ୍ଥିତିର ଅତ୍ୟନ୍ତ ଗମ୍ଭୀର ହୋଇଯାଇଛି ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମରେ। ଯେଉଁ ରାସ୍ତାରେ ଠିକ୍ ଗୋଟିଏ ଦିନ ଆଗରୁ ବଡ଼ ବଡ଼ ଗାଡ଼ିମଟର ଚାଲୁଥିଲା ସେଠି ଗମନାଗମନର ମାଧ୍ୟମ ସାଜିଛି ବୋଟ୍। ରାସ୍ତା ଉପରେ ଚାଲୁଛି ପ୍ରାୟ ୬ଫୁଟ ଉଚ୍ଚର ବନ୍ୟା ପାଣି। ନଦୀର ଭ୍ରମ ସୃଷ୍ଟି କରୁଛି ଜାତୀୟ ରାଜପଥ ଓ ରାଜପଥ। ଫଳରେ ଜନଜୀବନ ସେଠାରେ ମଧ୍ୟ ଠପ୍ ହୋଇଯାଇଛି।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ତିତଲି’ କ୍ଷୟକ୍ଷତି ଓ ତା ପରବର୍ତୀ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସରକାରୀ ଦକ୍ଷିଣ ଓ କେନ୍ଦ୍ରାଞ୍ଚଳରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଆସନ୍ତାକାଲି ଦ୍ବିତୀୟ ଶନିବାର ଠାରୁ ଆରମ୍ଭ କରି ପୂଜା ଛୁଟି ବି ବାତିଲ୍ କରିଦିଆଯାଇଛି। ଏପରିକି ଯେଉଁ ଅଫିସରମାନଙ୍କୁ ପୂଜା ଛୁଟିରେ ଯିବା ପାଇଁ ସରକାର ଅନୁମୋଦନ ଦେଇଥିଲେ ତାକୁ ମଧ୍ୟ ରଦ୍ଦ କରିଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଆଜି ଏନେଇ କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଚିଠି ଲେଖି ଜଣାଇଛନ୍ତି। କେବଳ ସେତିକି ନୁେହଁ, ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କଠୁ ଆରମ୍ଭ କରି ସଚିବ ପାହ୍ୟାର ସମସ୍ତ ଅଫିସର ଏବଂ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ ଅଫିସରଙ୍କ ଛୁଟିକୁ ବାତିଲ କରାଯାଉଛି। ଉଭୟ ପୂଜା ଛୁଟି ଓ ଅନ୍ୟ ସରକାରୀ ଛୁଟି ନେଇପାରିେବନି କର୍ମଚାରୀ। ମୋଟ ୨୧ଟି ବିଭାଗ ପାଇଁ ଏହା ଲାଗୁ କରାଯିବ। ଏସବୁ ବିଭାଗଗୁଡିକ ହେଲା, କୃଷି ସଶକ୍ତିକରଣ, ସମବାୟ, ଇେଲକ୍ଟୋନିକ୍ସ ଓ ଆଇଟି, ଶକ୍ତି, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିେଯାଗ ବିଭାଗ, ମତ୍ସ୍ୟ ଓ ପଶୁସଂପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ସ୍ବରାଷ୍ଟ୍ର, ସୂଚନା ଓ ଲୋକସଂପର୍କ ବିଭାଗ। କେବଳ ସେତିକି ନୁେହଁ, ପଞ୍ଚାୟତିରାଜ, ରାଜସ୍ବ, ସ୍ବତନ୍ତ୍ର ରିଲିଫ୍ କମିସନର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ଜଳସଂପଦ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ଏବଂ ପୂର୍ତ ବିଭାଗ ରହିଛି। ଏସବୁ ବିଭାଗରେ ସରକାରୀ କାର୍ଯ୍ୟ ଯେଭଳି ବ୍ୟାଘାତ ନହେବ ସେଥିପାଇଁ ରୋଷ୍ଟର ଡ୍ୟୁଟିର ବ୍ୟବସ୍ଥା କରିବା ନିମନ୍ତେ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର