୫ଜିଲ୍ଲାକୁ ତିତଲି ମାଡ଼, ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ବର : ୨୭ଟି ଗାଁର ପାଖାପାଖି ୯୨୦୦ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ୫୦୩ଟି ପଞ୍ଚାୟତରେ ଜନଜୀବନ ଅସ୍ତବ୍ୟସ୍ତ। ୧୪୫୫ଟି ଘର ଉଡିଯାଇଛି। ୫୦୨୪୬ ହେକ୍ଟର ଜମିରେ ଫସଲ ନଷ୍ଟଭ୍ରଷ୍ଟ।

ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଅନ୍ତର୍ଗତ ୩୨୫୦ ଗାେଁର ତିତଲି ଏଭଳି ବିତ୍ପାତ ଘଟାଇଛି। ପାଖାପାଖି ୩୦ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

ତିତଲିର ମହା ତାଣ୍ତବର ଧ୍ବ˚ସ ଗଦା ଭିତରୁ ସରକାର ଏତିକି କ୍ଷତିର ହିସାବ ଏଯାଏ ପାଇଥିଲେ ହେଁ ବାସ୍ତବ କ୍ଷତିର ପରିମାଣ ଆହୁରି ଅଧିକ।

ଆଜି ବିଳମ୍ବିତ ରାତିରେ ସ୍ବତନ୍ତ୍ର ରିଲିଫ୍ କମିସନର କାର୍ଯ୍ୟାଳୟ ପକ୍ଷରୁ ତିତଲିର ପ୍ରଭାବ ସଂପର୍କରେ ଏକ ରିେପାର୍ଟ ଜାରି କରାଯାଇଛି। ଏହି ରିେପାର୍ଟ ବୟାନ କରୁଛି, ସାମୁଦ୍ରିକ ଝଡ଼ ତିତଲି ଏତେ ଭୀଷଣ ଥିଲା େଯ ଗଜପତି, ଗଞ୍ଜାମ, ରାୟଗଡା, ପୁରୀ ଓ କନ୍ଧମାଳକୁ ଅେନକାଂଶରେ ଖିନ୍ ଭିନ୍ କରିେଦଇଛି।

ଗଜପତି ଜିଲ୍ଲାେର ଗଛ ଉପୁଡିଯିବା କାରଣରୁ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ନିର୍ଦିଷ୍ଟ ଆକଳନ ଏଯାଏ ହୋଇପାରିନାହିଁ। କାଶୀନଗର ଠାରୁ ପାରଳାଖେମୁଣ୍ଡି ଓ ଗୁମ୍ମା ଠାରୁ ପାରଳାଖେମୁଣ୍ଡି ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇଛି।

ଗଂଜାମ ଜିଲ୍ଲା ରିେପାର୍ଟ କହୁଛି, ୫୦୩ଟି ପଞ୍ଚାୟତ ଓ ୧୮ଟି ଵାର୍ଡ ତିତଲି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଋଷିକୂଲ୍ୟା ଓ ଏହାର ଶାଖା ନଦୀରେ ବନ୍ୟା ଆସିବା କାରଣରୁ ସ୍ଥିତି ଅଧିକ ବିପଜ୍ଜନକ ହେଲାଣି। ବାହୁଡା ନଦୀ ଉଚ୍ଛୁଳି କଳିଙ୍ଗ େଦାଳ ଫୁଟ ଓଭରବ୍ରିଜ ଧୋଇନେଇଛି। ଋଷିକୂଲ୍ୟା ନଦୀର ଡାହାଣ ପାର୍ଶ୍ବ ଅର୍ଥାତ୍ ଧରାକୋଟ ବ୍ଲକର ପୁରୁଣାପାଲିେର ୧୫ମିଟର, ସୁନ୍ଦରାପଲିରେ ୨୦ ମିଟର ଓ ଦାମୋଦରପାଲିେର ୨୦ ମିଟର ଏହିଭଳି ତିନିଟି ଘାଇ ସୃଷ୍ଟି ହୋଇଛି।

ରାୟଗଡା ଜିଲ୍ଲାେର ମଧ୍ୟ ଗଛ ଭୁଶୁଡିଯିବା ଯୋଗୁଁ ଯୋଗାଯୋଗ ବ୍ୟାହତ ହୋଇଛି। ବଂଶଧାରାରେ ବନ୍ୟା କାରଣରୁ ୩ଟି ପଞ୍ଚାୟତର ୫ଟି ଗାଁ ଲୋକ ପ୍ରଭାବିତ ହୋଇଛନ୍ତି। ପୁରୀର ଅସ୍ତରଙ୍ଗ, ବ୍ରହ୍ମଗିରି, ଗୋପ, କାକଟପୁର,କୃଷ୍ଣପ୍ରସାଦ, ପୁରୀ ସଦର ବ୍ୟତୀତ େକାଣାର୍କ ଏନ୍ଏସି ଓ ପୁରୀ ପୌରସଂସ୍ଥାର ୨୦ ହଜାର ୭୦୭ େଲାକଙ୍କ ଉପରେ ତିତଲି ମାଡ଼ ପଡିଛି। ୩୮ଟି ଘର ଭାଙ୍ଗିଯାଇଛି।

ସେହିଭଳି କନ୍ଧମାଳରେ ୨୧ଟି ଘର ଭାଙ୍ଗିଯାଇଛି ଓ ଗାଈ ଗୋରୁ ବି ପ୍ରଭାବିତ ହୋଇଛନ୍ତି।

ବାତ୍ୟାରେ ଫସିଲେ ଖୋଖୋ ଖେଳାଳି

ରାୟଗଡ଼ା : ବତ୍ୟା ଯୋଗୁଁ ଅଧା ରାସ୍ତାରେ ଫସି ରହିଛନ୍ତି ଗୁଣପୁର ଗାନ୍ଧୀ ପବ୍ଲିକ ସ୍କୁଲର ଖୋଖୋ ଖେଳାଳି। ଗତକାଲି ଖେଳାଳିମାନେ କେଉଁଝରରୁ ବାହାରିଥିବା ବେଳେ ସଂଧ୍ୟାରେ ଗୁଣପୁର-କଟକ ବସ୍‌ରେ ଆସୁଥିଲେ। ରାତି ପ୍ରାୟ ୨ଟାରେ ଆନ୍ଧ୍ରପ୍ରଦେଶ‌ର ଇଚ୍ଛାପୁର ଟୋଲ ଗେଟ ନିକଟରେ ଟ୍ରାଫିକ ଜାମ ଯୋଗୁଁ ବସ୍ ଆଗକୁ ଆସିପାରି ନଥିଲା। ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଟୋଲ ଗେଟକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇ ଥିଲେ। ତେଣୁ ପୂରା ରାତି ‌ଝଡ଼ ତୋଫାନକୁ ବସ୍ ଭିତରେ ଖେଳାଳିମାନେ ବିତାଇଥିଲେ। ସକାଳ ୮ଟାରେ ପବନ ସାମାନ୍ୟ କମିବାରୁ ବସ ପଲାସା ପର୍ଯ୍ୟନ୍ତ ଆସିଥିଲା। ତେବେ ପଲାସା-ପାରଳାଖେମୁଣ୍ଡି-ଗୁଣପୁର ମଧୢରେ ଶତାଧିକ ଗଛ ରାସ୍ତା ଉପରେ ପଡ଼ି ଯିବାରୁ ବସ୍ ଆଗକୁ ବଢ଼ିପାରି ନଥିଲା। ଅନ୍ୟପଟେ ମୋବାଇଲ୍‌ ଟାୱାର ଗୁଡ଼ିକ ବନ୍ଦ ରହିଥିବାରୁ ଯୋଗାଯୋଗ ହୋଇପାରୁ ନାହିଁ। ଖେଳାଳିମାନେ ରାତି ସୁଦ୍ଧା ଘରକୁ ଫେରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର