ଭୁବନେଶ୍ୱର: ବାତ୍ୟା ‘ତିତଲି’ ଓ ପରବର୍ତ୍ତି ବନ୍ୟାରେ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ଏସ୍ଆର୍ସି ପକ୍ଷରୁ ପ୍ରକାଶ। ଗଜପତି ଜିଲ୍ଲାରେ ପାହାଡ ଧସି ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ କାନ୍ଥ ପଡି ମୃତ୍ୟୁ ହୋଇଥିବା ଖବର ମିଳିଥିଲା।
/sambad/media/post_attachments/wp-content/uploads/2018/10/images-25.jpg)
ସୂଚନାଯୋଗ୍ୟ, ଗଞ୍ଜାମରେ ଗଛ ପଡି ଜଣଙ୍କର ଏବଂ ବନ୍ୟାରେ ଭାସିଯାଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। କନ୍ଧମାଳ, କେନ୍ଦୁଝର ଓ ନୟାଗଡରେ ମଧ୍ୟ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ ଓ କଟକରେ ବଢିପାଣିରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ବାତ୍ୟା ‘ତିତଲି’ ଓ ପରବର୍ତ୍ତି ବନ୍ୟାରେ ୧୬ଟି ଜିଲ୍ଲାର ୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ ୪୮ହଜାର ହେକ୍ଟରରେ ଧାନ ଫସଲ ଏବଂ ୬୫ହଜାର ହେକ୍ଟରରେ ଅଣଧାନ ଫସଲ ନଷ୍ଟ ହୋଇଛି । ୧୬ଟି ଜିଲ୍ଲାର ୧୪୪ଟି ବ୍ଲକ, ୩୦ଟି ପୌରାଞ୍ଚଳ, ୭୪୦୨ଟି ଗାଁ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/824fd8df446875f5ae1323213ec8cdcd.jpg)