ଭୁବନେଶ୍ୱର: ବାତ୍ୟା ‘ତିତଲି’ ଓ ପରବର୍ତ୍ତି ବନ୍ୟାରେ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ଏସ୍‌ଆର୍‌ସି ପକ୍ଷରୁ ପ୍ରକାଶ। ଗଜପତି ଜିଲ୍ଲାରେ ପାହାଡ ଧସି ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ କାନ୍ଥ ପଡି ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

Advertisment

publive-image

ସୂଚନାଯୋଗ୍ୟ, ଗଞ୍ଜାମରେ ଗଛ ପଡି ଜଣଙ୍କର ଏବଂ ବନ୍ୟାରେ ଭାସିଯାଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। କନ୍ଧମାଳ, କେନ୍ଦୁଝର ଓ ନୟାଗଡରେ ମଧ୍ୟ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ ଓ କଟକରେ ବଢିପାଣିରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ବାତ୍ୟା ‘ତିତଲି’ ଓ ପରବର୍ତ୍ତି ବନ୍ୟାରେ ୧୬ଟି ଜିଲ୍ଲାର ୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ ୪୮ହଜାର ହେକ୍ଟରରେ ଧାନ ଫସଲ ଏବଂ ୬୫ହଜାର ହେକ୍ଟରରେ ଅଣଧାନ ଫସଲ ନଷ୍ଟ ହୋଇଛି । ୧୬ଟି ଜିଲ୍ଲାର ୧୪୪ଟି ବ୍ଲକ, ୩୦ଟି ପୌରାଞ୍ଚଳ, ୭୪୦୨ଟି ଗାଁ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।