ରାୟଗଡ଼ା: ସାମୁଦ୍ରିକ ଝଡ ତିତଲିର ଭୟ ଟଳି ଯାଇଥିଲେ ବି କିଛି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତିତଲି ପ୍ରଭାବରେ ସକାଳୁ ପାଗ ମେଘୁଆ ଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ବର୍ଷା ସହିତ ପବନ ବି ବହିବାରେ ଲାଗିଛି। ଫଳରେ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇ ପଡ଼ିଛି। ତିତ୍ଲିର ପ୍ରଭାବ ଗଜପତି ପରେ ଅଧିକ ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ପଡ଼ିଛି।
/sambad/media/post_attachments/wp-content/uploads/2018/10/222.jpg)
ରାୟଗଡ଼ାରେ ପବନ ଥମି ଯାଇଥଇବା ବେଳେ ବର୍ଷା ଜାରି ରହିଛି। ତିତ୍ଲି ପ୍ରଭାବରେ ରାୟଗଡ଼ା ଜିଲ୍ଲାର ଅନେକ ସ୍ଥାନରେ ୪୦୦ରୁ ୫୦୦ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି। ସେହିପରି ୪୦ରୁ ୫୦ ପାଖାପଖି ହେବ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ଫଳରେ ରାତି ସୁଦ୍ଧା ବିଦ୍ୟୁତ ନଆସିବାର ବି ଅାଶଙ୍କା ରହିଛି। ଏ ନେଇ ରାୟଗଡ଼ା ଜିଲ୍ଲା ବାସିନ୍ଦା ହନ୍ତସନ୍ତରେ ଦିନ କାଟୁଛନ୍ତି। ଏପଟେ ହୀରାଖଣ୍ଡ ଏକ୍ସପ୍ରେସ୍ ୧୦ ଘଣ୍ଟା ବିଳମ୍ବରେ ଚାଲିଥିବା ବେଳେ ବିଶାଖାପାଟନା-ଗୁରୁକୁଳ ଓ ପୁରୀ-ଗୁରୁକୁଳ ଟ୍ରେନ୍ ଚଳାଚଳକୁ ବାତିଲ୍ କରି ଦିଅାଯାଇଛି।
/sambad/media/post_attachments/wp-content/uploads/2018/10/467.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/8890.jpg)