ଭୟଙ୍କର ହେଉଛି ସାମୁଦ୍ରିକ ବାତ୍ୟା, ଘଣ୍ଟାପ୍ରତି ୧୨୫ କିଲୋମିଟର ବେଗରେ ପବନ ବହିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଆଜି ଅପରାହ୍ନ ୪ଟା ୩୦ ସୁଦ୍ଧା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୫୩୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି କେନ୍ଦ୍ରୀଭୂତ ହୋଇ ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୪.୩୦ ରେ ଜାରି ବୁଲେଟିନରେ କୁହାଯାଇଛି । ଏହା ଏବେ ଘଣ୍ଚା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୧ ତାରିଖ ସକାଳେ ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ବାତ୍ୟାର ପ୍ରଭାବରେ ଆସନ୍ତା କାଲି ସଂଧ୍ୟାସୁଦ୍ଧା ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଭୟଙ୍କରଭାବେ ଅଶାନ୍ତ ରହିବ ଓ ମତ୍ସଜୀବି ମାନଙ୍କୁ ସମୁଦ୍ରମଧ୍ୟକୁ ନଯିବାପାଇଁ ସତର୍କତା ଜାରି କରାଯାଇଛି ।

ସମ୍ବନ୍ଧିତ ଖବର