ଭଦ୍ରକ : କୁଖ୍ୟାତ ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜାକୁ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରୁ ଏସ୍ଟିଏଫ୍ର ଏକ ଟିମ୍ ଗିରଫ କରିଛି। ସେକ୍ ରାଜା ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା। ଏବେ ବି ଅପରାଧରେ ସକ୍ରିୟ ଥିବା ସୂଚନା ମିଳିଛି। ସେ ବ୍ୟବହାର କରୁଥିବା ଟିଭିଏସ୍ ଆପାଚି ଗାଡି ସହ ଏକ ବନ୍ଧୁକ, ମୋବାଇଲ ଜବତ କରିଛି ପୁଲିସ। ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ା ଅଞ୍ଚଳର ସେକ ରାଜା ବହୁଦିନ ହେଲା ପୁରୁଣାବଜାର ଅଞ୍ଚଳରେ ରହି ଆସୁଥିବାବେଳେ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲା। ଆଜିର ଚଢ଼ଉରେ ଏସ୍ଟିଏଫ୍ ସହ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ମଧ୍ୟ ସାମିଲ ହୋଇଥିଲା।
ଟିଟୋ ସହଯୋଗୀ ସେକ୍ ରାଜା ଗିରଫ, ବନ୍ଧୁକ, ବାଇକ ଓ ମୋବାଇଲ ଜବତ
/sambad/media/post_attachments/wp-content/uploads/2020/10/tito.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)