ହାଇଦ୍ରାବାଦରେ ଯୁବକଙ୍କ ମୃତ୍ୟୁ; ଗ୍ରାମବାସୀଙ୍କ ସହଯୋଗରେ ହେଲା ଶେଷକୃତ୍ୟ

କଣ୍ଟିଗଡ଼ିଆ: ବଡ଼ଚଣା ଥାନା ପଟୁଣିଆ ପଞ୍ଚୟତର ବଡ଼ନଛିପୁର ଗ୍ରାମର ଭିକାରୀ ସାହାଣୀଙ୍କ ପୁଅ ବ୍ରହ୍ମାନନ୍ଦ (୩୨)ଙ୍କ ହାଇଦ୍ରାବାଦରେ ହୃଦ୍‌ଘାତରେ ପରଲୋକ ଘଟିଛି। ସେ ହାଇଦ୍ରାବାଦ କାଣ୍ଡିପୁର ଜିଲ୍ଲାର ଏକ ଠିକାସଂସ୍ଥାରେ କାମ କରୁଥିଲେ। ୧୭ ତାରିଖ ଦିନ ହଠାତ ଅସୁସ୍ଥ ହେବାରୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଗାଁ ଲୋକଙ୍କ ସହଯୋଗରେ ଗତକାଲି ସନ୍ଧ୍ୟାରେ ମରଶରୀର ପହଞ୍ଚିଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ସାନଭାଇ ବିନୋଦ ମୁଖାଗ୍ନି ଦେଇଥିଲେ।

ବିଧାୟକ ପ୍ରଣବ ବଳବନ୍ତରାୟ, ପଞ୍ଚାୟତ ସମିତି ଅଧକ୍ଷ ପ୍ରଭାତ ବଳବନ୍ତରାୟ, କଂଗ୍ରେସ ନେତା ଶ୍ରୀନାଥ ମିଶ୍ର, ସଞ୍ଜୟ ରାୟ, ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ ହିମାଂଶୁ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜେପି ନେତ୍ରୀ ସ୍ମୃତିରେଖା ପହି, ସରପଞ୍ଚ ବୈଶାଳୀ ରାଉତ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଘରେ ଦିବ୍ୟାଙ୍ଗ ବାପା, ମା’, ପତ୍ନୀ ଓ ଏକବର୍ଷର ଶିଶୁକନ୍ୟା ଓ ସାନଭାଇ ଅଛନ୍ତି।

ସମ୍ବନ୍ଧିତ ଖବର