ଟି.ଏନ୍. ଶେଷାନଙ୍କର ପରଲୋକରେ ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍.ଶେଷାନଙ୍କର ପରଲୋକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି ଲେଖିଛନ୍ତି,‘ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ରମଣ ମାଗାସେସେ ପୁରସ୍କାର ବିଜେତା ଟିଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ । ନିର୍ବାଚନ ପ୍ରକ୍ରିୟାରେ ସେ ବ୍ୟାପକ ସଂସ୍କାର ଆଣିଥିଲେ ।’

ସୂଚନାଯୋଗ୍ୟ, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କର ଗତକାଲି ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ ତୁଲାଇଥିଲେ। ତାଙ୍କ ସମୟରେ ଭାରତର ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଅଣାଯାଇ ପାରିଥିଲା। କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ଶେଷାନ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ନିରପେକ୍ଷତା, ନିଷ୍ଠାପରତା, ସ୍ବଚ୍ଛତା ତାଙ୍କର ପରିଚୟ ଥିଲା।

DNA

ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ ଦାୟିତ୍ବ ତୁଲାଇବା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ କେନ୍ଦ୍ର କ୍ୟାବିନେଟ୍ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ମୁଖ୍ୟ ନିର୍ବାଚନ କମିସନର ହେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ଲାନିଂ କମିସନ ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର