ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କ’ଣ ୧୮ ତାରିଖରେ ଏ ନିଷ୍ପତ୍ତି ନେଇପାରି ନ ଥାନ୍ତେ? ପ୍ରଶ୍ନ କଲେ ସୌମ୍ୟରଂଜନ

ଭୁବନେଶ୍ୱର: ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ଭାବେ ରଥଯାତ୍ରା ଆୟୋଜନ ପାଇଁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ଅନୁମତି ପ୍ରଦାନ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମରଂଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଅନୁମତି ଦେଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା।

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ଆମପାଇଁ ଆନନ୍ଦର କଥା I

Publiée par Soumya Ranjan Patnaik sur Lundi 22 juin 2020

ଏଥିସହ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କିନ୍ତୁ ମୋ ମନକୁ ଏହା ଯେତିକି ଆନନ୍ଦ ଦେଉଛି; ତା’ ଠାରୁ ବେଶୀ ଆନ୍ଦୋଳିତ କରୁଛି ଆଉ ଗୋଟିଏ ପ୍ରଶ୍ନ ପାଇଁ। ସେ ପ୍ରଶ୍ନଟି ହେଲା, ଆଜି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ବନ୍ଧୁମାନେ ଯେଉଁ ନିଷ୍ପତ୍ତି ନେଲେ, ସେ ନିଷ୍ପତ୍ତି କ’ଣ ଗତ ୧୮ ତାରିଖରେ ନିଆ ଯାଇପାରି ନ’ଥାନ୍ତା? ଏ ସଂପର୍କରେ ଆଜି ନୁହେଁ ରଥଯାତ୍ରା ପରେ ଆମେ ସମସ୍ତେ ତର୍ଜମା କରିବା ଲାଗି ଆଶା ରଖୁଛି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର