ଝାରସୁଗୁଡ଼ା: କୋଲକାତା ଓ ଝାରସୁଗୁଡ଼ାର ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି କୋଲକାତାରୁ ଝାରସୁଗୁଡ଼ା ସିଧାସଳଖ ବିମାନ ସେବା ଆରମ୍ଭ ହୋଇଯାଇଛି। ସୋମବାର ଏଲାୟନ୍ସ ଏୟାର ଏହି ସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଇଛି।
ଉଡାନ୍-୩ ଯୋଜନା ଅଧିନରେ ନିୟମିତ ଭାବେ କୋଲକାତାରୁ ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ କରିବ । ତେବେ ଆଜି ପ୍ରଥମ ଦିନରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏଲାୟନ୍ସ ଏୟାର ବିମାନ କୋଲକାତାରୁ ଝାରସୁଗୁଡ଼ାକୁ ଆସିଥିଲା। ସେହିପରି ଝାରସୁଗୁଡ଼ାରୁ କୋଲକାତାକୁ ଏହି ବିମାନ ଯୋଗେ ୨୫ ଜଣ ଯାତ୍ରା କରିଥିବା ଜଣାପଡ଼ିଛି।
Dailyhuntପୁର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିମାନଟି କୋଲକାତାରୁ ଆସି ଝାରସୁଗୁଡ଼ାରେ ୧.୧୫ ମିନିଟ୍ ସମୟରେ ପହଞ୍ଚିବାର ଥିବା ବେଳେ ୧.୪୫ ମିନିଟ୍ରେ ଛାଡିବାର ଥିଲା। କିନ୍ତୁ ଆଜି ବିମାନଟି ଝାରସୁଗୁଡ଼ାରେ ୧୨.୫୦ ମିନିଟରେ ପହଞ୍ଚି ଥିବା ବେଳେ ୧.୨୫ମିନିଟରେ ଝାରସୁଗୁଡ଼ାରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଜାନୁଆରି ୨୭ରୁ ୩୦ ପର୍ଯ୍ୟନ୍ତ ବିମାନ ଏହି ସମୟସାରଣୀରେ ଉଡ଼ିବାକୁ ଥିବା ବେଳେ ୩୧ରୁ ଅନ୍ୟ ସମୟସାରଣୀରେ ଉଡ଼ିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/jharsuguda.jpg)