ଭୁବନେଶ୍ବର: ହାଲକା ବର୍ଷା ପରେ ଏବେ ଥଣ୍ଡା ବଢ଼ୁଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ରାତିର ପାରଦ ସାମାନ୍ୟ ହ୍ରାସ ପାଇଛି। ଫେବ୍ରୁଆରି ୩ ପର୍ଯ୍ୟନ୍ତ ଥଣ୍ଡା ଲାଗିରହିବ। ଜାନୁଆରି ୩୦ ଓ ୩୧ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ତେଣୁ ଥଣ୍ଡାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ଦିନ ସମୟରେ ବି କୋହଲା ପାଗ ଲାଗି ରହିଥିଲା। ଗତକାଲି ଅପେକ୍ଷା ଆଜି କେତେକ ସ୍ଥାନରେ ଦିନର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୨୮.୫ ଡିଗ୍ରି ଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨୩ରୁ ୨୬ ଡିଗ୍ରି ମଧ୍ୟରେ ରହିଥିଲା। ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବାରୁ ଆଜି ଥଣ୍ଡାର ମାତ୍ରା ଟିକିଏ କମ୍ ରହିଥିଲା। ବୁଧବାରଠାରୁ ପୁଣିଥରେ ଥଣ୍ଡା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଦୁଇ ଦିନ ପ୍ରବଳ ଥଣ୍ଡା
/sambad/media/post_attachments/wp-content/uploads/2018/01/winter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)