୭୦୦ ବର୍ଷ ପୁରୁଣା ବର ଗଛର ଚିକିତ୍ସା ଚାଲିଛି , ଦିଆଯାଉଛି ସାଲାଇନ୍‌ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ହାଇଦ୍ରାବାଦ୍‌: ଆଜିର ଦୁନିଆରେ ମଣିଷ ନିଜର ସୁବିଧା ପାଇଁ ଯେତେବେଲେ ଗଛ କାଟି ନଷ୍ଟ କରିଦେଉଛି, ସେତେବେଳେ ଗଛକୁ ବଞ୍ଚାଇବା ପାଇଁ ଲୋକେ ଜୀବନ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ତେଲେଙ୍ଗାନାରେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି, ମଣିଷକୁ ରୋଗ ହେଲେ ଯେମିତି ତାର ଚିକିତ୍ସା କରାଯାଏ, ସେହିପରି ବୃକ୍ଷର ମଧ୍ୟ ଚିକିତ୍ସା କାରାଯାଉଛି । ଆପଣଙ୍କୁ ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଯେମିତି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରିବା ବେଳେ ସାଲାଇନ୍‌ ଦିଆଯାଇଥାଏ, ଠିକ୍‌ ସେହିପରି ବୃକ୍ଷର ଚିକିତ୍ସା ପାଇଁ ମଧ୍ୟ ସାଲାଇନ ଲଗାଯାଉଛି। କିନ୍ତୁ ଏତିକି ଫରକ ଯେ ଏହି ସାଲାଇନ ବୋତଲରେ କୀଟନାଶକ ଦିଆଯାଉଛି ।

ତେଲେଙ୍ଗାନାର ମେହେବୁବ୍‌ ନଗର ଜିଲ୍ଲାରେ ଥିବା ଏହି ୭୦୦ ବର୍ଷ ପୁରୁଣା ବର ଗଛର ଚିକିତ୍ସା କରାଯାଉଛି । ଯେପର ଜଣେ ମଣିଷର ଚକିତ୍ସା ହୁଏ ସେପରି ଏହି ବୃକ୍ଷର ଚିକିତ୍ସା ହେଉଛି । ଆପଣଙ୍କୁ ଜଣାଇବା ପାଇଁ କହି ଦେଉଛୁ ଯେ ଏହି ବର ଗଛ ହେଉଛି ଦୁନିଆର ଦ୍ୱିତୀୟ ପୁରାତନ ଗଛ । ସୂଚନା ଅନୁସାରେ ୭୦୦ ବର୍ଷ ବୟସ୍କ ଏହି ବର ଗଛର ଅବସ୍ଥା ଏବେ ପୂରା ଖରାପ ହୋଇଯାଇଛି, ଏହାକୁ ବଞ୍ଚାଇବା ପାଇଁ ବନ ବିଭାଗ ସଂଘର୍ଷ ଜାରି ରଖିଛି । ବର ଗଛକୁ ଭିତରୁ କୀଟମାନେ ଖାଇ ଯାଉଥିବାରୁ ଏହା ଫମ୍ପା ହୋଇଯାଉଛି । ତେଣୁ ଗଛକୁ ବଞ୍ଚାଇବା ଲାଗି କୀଟନାଶକ ପ୍ରୟୋଗ କରାଯାଉଛି।

ଏହି ବିଶାଳ ବର ଗଛଟି ୩ ଏକର ଜାଗାରେ ଖେଳେଇ ହୋଇ ରହିଛି । ବିଶ୍ୱାସ କରାଯାଉଛି ଯେ ଏହା ବିଶ୍ୱର ଅନ୍ୟତମ ବୃହତ୍‌ ଡ ଗଛ! ଏହି କାରଣରୁ ଦୂର ଦୂରରୁ ଲୋକେ ଏହି ବର ଗଛକୁ ଦେଖିବା ପାଇଁ ଆସନ୍ତି । କିନ୍ତୁ ଏବେ ବୃକ୍ଷର ଅବସ୍ଥା ଖରାପ ଥିବାରୁ କୌଣସିି ଲୋକଙ୍କୁ ଗଛ ପାଖକୁ ଯିବାକୁ ଦିଆଯାଉ ନାହିଁ ।

ସମ୍ବନ୍ଧିତ ଖବର