ମାଲକାନଗିରି: ମାଲାକନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ରକ୍ତରେ ହୋଲି ଖେଳିଥିଲେ ନକ୍ସଲ। ତିନି ପଟୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ନରସଂହାରକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଲୋକଙ୍କ ମନରେ ଭୟ ରହିଛି। ୨୨ଜଣ ଯବାନ ସହିଦ ହେବା ସାରାଦେଶକୁ ଦୋହଲାଇ ଦେଇଛି। ଅନ୍ୟପଟେ ସେ ଦିନର ଲୋମଟାଙ୍କୁର ଘଟଣାର ଗୋଟିଏ ପରେ ଗୋଟିଏ କରୁଣ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି।
ସହିଦ ବୀର ଯବାନଙ୍କ ମଧ୍ୟରେ ରହିଛନ୍ତି ଏସ୍ଆଇ ଦୀପକ ଭରଦ୍ବାଜ। ଦୀପକ ଦେଶ ପାଇଁ ଲଢ଼ି ସହିଦ ହୋଇଗଲେ। ସାଥୀ ଯବାନଙ୍କ ଜୀବନ ବଞ୍ଚାଉ ବଞ୍ଚାଉ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ ଦୀପକ। ଦୀପକ ଭରଦ୍ବାଜ ୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୧୩ ମସିହାରେ ଛତିଶଗଡ଼ ପୁଲିସରେ ଯୋଗ ଦେଇଥିଲେ। ଏହାପରେ ଅନେକ ମାଓ ବିରୋଧୀ ଅପରେସନରେ ସାମିଲ ହୋଇଥିଲେ। ୨୦୧୯ରେ ସେ ବିବାହ କରିଥିଲେ। ଜଣେ ଦକ୍ଷ ବାସ୍କେଟବଲ୍ ଖେଳାଳି ଭାବେ ପରିଚୟ ରହିଥିବା ବେଳେ ଗୀତ ଗାଇବା ପାଇଁ ରୁଚି ଥିଲା। ଶନିବାର ଦିନ ଯେତେବେଳେ ନକ୍ସଲଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ଦୃଢ଼ତାର ସହ ଲଢ଼େଇ କରୁଥିଲେ। ଏମିତି ସମୟରେ ଜଣକ ପରେ ଜଣେ ସାଥୀ ଯବାନ ଆହତ ହୋଇ ଚାଲିଥିଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇବାକୁ ଗୁରୁତ୍ବ ଦେଇଥିଲେ ଦୀପକ। ତେବେ ହଠାତ୍ ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।
/sambad/media/post_attachments/wp-content/uploads/2021/04/545gh464g56d4g65ad4g56adgdagadgagd-737x430.jpg)
ତାଙ୍କ ବାପାଙ୍କ କହିବା ଅନୁଯାୟୀ ସେ ଶେଷ ଥର ପାଇଁ ହୋଲିରେ ପୁଅ ସହ କଥା ହୋଇଥିଲେ। ସେ ଏସ୍ଟିଏଫରେ ଦାୟିତ୍ବ ନେବା ପରେ ଅଧିକ କାର୍ଯ୍ୟ ବ୍ୟସ୍ତରେ ରହୁଥିଲେ। ସମସ୍ତ ନକ୍ସଲ ବିରୋଧୀ ଅଭିଯାନରେ ଆଗରେ ରହୁଥିଲେ। ମାଓ ବିରୋଧୀ ଅପରେସନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତାଙ୍କୁ ଦିଆଯାଉଥିଲା। ତାଂକର ବୀରତ୍ବକୁ ନେଇ ଏବେ ସାରା ଛତିଶଗଡ଼ ଏବଂ ଭାରତରେ ଚର୍ଚ୍ଚା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Deepak-Martyred-to-Saves-Other-Soilder_Thumbnail-1.jpg)