କଟକ: ନିଷେଧାଦେଶ ଜାରି ହୋଇଥିବା ତମ୍ବାଖୁ ଜାତୀୟ ପଦାର୍ଥ ସେବନରେ କଟକ ଏକ ନମ୍ବରରେ ରହିଛି। କଟକରେ ୨୦୧୬ରୁ ୨୦୨୦ ଯାଏଁ ୧୮,୬୫୨ ଜଣଙ୍କ ନିକଟରୁ ୧୭ ଲକ୍ଷ ୨ ହଜାର ୬୪୦ ଟଙ୍କା ଜରିମାନା ଆଦାୟ ହୋଇଛି। ଭୁବନେଶ୍ବରରେ ୪,୭୧୪ ଜଣଙ୍କ ନିକଟରୁ ୪ ଲକ୍ଷ ୮୦ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। କମିସନରେଟ୍ ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍ ସମୟରେ ଏ ପ୍ରକାର ଚିତ୍ର ଉଦ୍ବେଗ ସୃଷ୍ଟି କରିଛି। ଯୁବକଙ୍କ ଅପେକ୍ଷା ବୟସ୍କମାନେ ଅଧିକ ମାତ୍ରାରେ ତମାଖୁ ଜାତୀୟ ପଦାର୍ଥ ବ୍ୟବହାର କରୁଛନ୍ତି।
‘କୋଟପା’ ନିୟମ ୨୦୦୩ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ସିଗାରେଟ୍ କିମ୍ବା ବିଡ଼ି ଟାଣିବା ନିଷେଧ। ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ ସାମଗ୍ରୀ ବିକ୍ରି ନିଷେଧ କରାଯିବା ସହ ଅନେକ କଟକଣା ଜାରି କରାଯାଇଥିଲା। ଏହି କଟକଣା ଆଧାରରେ କମିସନରେଟ୍ ପୁଲିସ ୨୦୨୩ରେ ୯,୧୭୦ ଜଣଙ୍କ ନିକଟରୁ ୧୦ ଲକ୍ଷ ୯୪ ହଜାର ୧୮୦ ଟଙ୍କା, ୨୦୨୧ରେ ୧,୨୫୨ ଜଣଙ୍କ ନିକଟରୁ ୬୪,୨୦୦ ଟଙ୍କା ଜରିମାନା ଆଦାୟ କରିଥିଲା। ୨୦୨୦ରେ ଭୁବନେଶ୍ବରରେ ୩୧ ଜଣଙ୍କ ନିକଟରୁ ୩,୮୫୦ ଟଙ୍କା ଓ କଟକରେ ୧,୩୩୨ ଜଣଙ୍କ ନିକଟରୁ ୧ଲକ୍ଷ ୬୫ ହଜାର ୮୯୦ ଟଙ୍କା ଆଦାୟ କରାଯାଇଛି। କଟକରେ ୨୦୧୯ ଜାନୁଆରିରେ ୪,୫୧୫ ଖିଲାପୀଙ୍କ ନିକଟରୁ ୪ ଲକ୍ଷ ୬ ହଜାର ୨୦୦ ଟଙ୍କାର ଜରିମାନା ଓ ଭୁବନେଶ୍ବରରେ ୪୬୬ ଜଣ ଖିଲାପୀଙ୍କ ନିକଟରୁ ୪୮,୭୫୦ ଟଙ୍କା ଆଦାୟ କରାଯାଇଛି। ୨୦୧୮ରେ କଟକରେ ୪,୭୪୦ ଜଣଙ୍କ ନିକଟରୁ ୪ ଲକ୍ଷ ୭ ହଜାର ୭୫୦ ଏବ˚ ଭୁବନେଶ୍ବରରେ ୯୧୪ ଜଣଙ୍କ ନିକଟରୁ ୯୨,୮୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
କଟକରୁ ୧୮ ହଜାର, ଭୁବନେଶ୍ବରରୁ ୪ ହଜାର ଖିଲାପୀ
୨୦୧୩ରୁ ଲାଗିଛି କଟକଣା
୨୦୧୭ରେ କଟକରେ ୫,୦୪୬ ଜଣଙ୍କ ନିକଟରୁ ୪ ଲକ୍ଷ ୫୪ ହଜାର ୫୫୦ ଏବ˚ ଭୁବନେଶ୍ବରରେ ୧,୪୯୩ ଜଣଙ୍କ ନିକଟରୁ ୧ ଲକ୍ଷ ୫୨ ହଜାର ୬୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ୨୦୧୬ରେ କଟକରେ ୩,୦୧୯ ଜଣଙ୍କ ନିକଟରୁ ୨ ଲକ୍ଷ ୬୮ ହଜାର ୨୫୦ ଏବ˚ ଭୁବନେଶ୍ବରରେ ୧,୮୧୦ଜଣଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏ ସମ୍ପର୍କରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, ତମାଖୁ ସେବନ ଦ୍ବାରା ମୁଖ ଗହ୍ବର କର୍କଟଠାରୁ ଆରମ୍ଭ କରି ହୃଦ୍ରୋଗ, ଉଚ୍ଚ ରକ୍ତଚାପ ହେଉଛି। ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକୋଟିନ୍ ରିପ୍ଲେସ୍ମେଣ୍ଟ ଥେରାପି ସହିତ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ପୁପ୍ରୋପ୍ରିୟନ୍, ଭାରେନକ୍ଲିନ୍ ଔଷଧ ଦିଆଯାଉଛି। ଏହାସହିତ କାଉନ୍ସେଲିଂ ମାଧ୍ୟମରେ ଏଭଳି ବଦ୍ଭ୍ୟାସକୁ ରୋକାଯାଇପାରୁଛି।