ଆଜି ପାରାଦୀପ ଯିବେ ୧୩୧ ବିଧାୟକ, ଯୁଦ୍ଧ ଜାହାଜରେ ସମୁଦ୍ର ଭିତରେ ବୁଲିବେ

ଜଗତସି˚ହପୁର: ମଙ୍ଗଳବାର ପାରାଦୀପ ଆସିବେ ଓଡ଼ିଶା ବିଧାନସଭାର ୧୩୧ ବିଧାୟକ। ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ‘ଆଇଏନ୍‌ଏସ୍‌ ଜଳସ୍ବା’ରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଚଳିତ ବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି। ଏହି କାର୍ଯ୍ୟକ୍ରମ ପରେ ବନ୍ଦର ଗେଟ୍‌-୫ରେ ବାଚସ୍ପତି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବେ।

ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା, ପ୍ରଥମ ଘଟଣା। ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି। ‘ଆଇଏନ୍‌ଏସ୍‌ ଜଳସ୍ବା’ ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ। ପୂର୍ବରୁ ଏହାର ନାଁ ‘ୟୁଏସ୍‌ଏସ୍‌ ଟ୍ରେ˚ଟନ’ ଥିଲା। ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍‌ ୨୨ରେ ଏହାର ନାଁକୁ ବଦଳାଯାଇ ‘ଆଇଏନ୍‌ଏସ୍‌ ଜଳସ୍ବା’ କରାଯାଇଛି। ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ। ଏହାର ଦୈର୍ଘ୍ୟ ୫୭୦ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍‌ ରହିଛି। ଏହା ଘ˚ଟାକୁ ୪୦ କିମି ବେଗରେ ଗତି କରିପାରେ। ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କ ମିଶାଇ ମୋଟ୍‌ ହଜାରେ ଜଣଙ୍କୁ ନେଇପାରିବା ଭଳି ଏହି ଜାହାଜର କ୍ଷମତା ରହିଛି। ୧୬,୬୦୦ ଟନ୍‌ ପର୍ଯ୍ୟନ୍ତ ମାଲ୍‌ପରିବହନ କରିପାରିବା ଭଳି କ୍ଷମତା ରଖିଛି।

ସମ୍ବନ୍ଧିତ ଖବର