ଆଜି ପୁଣି ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ବର: ବୁଧବାର ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ମଞ୍ଚ (ୟୁଏଫବିୟୁ) ପକ୍ଷରୁ ଦିନିକିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ ହେବେ। ତେବେ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ, ଏକ୍ସିସ ଭଳି କେତୋଟି ଘରୋଇ ବ୍ୟାଙ୍କ ଆସନ୍ତାକାଲିର ଧର୍ମଘଟରେ ସାମିଲ ହେବେନାହିଁ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୧ ତାରିଖରେ ଏଆଇବିଓସି ଆହ୍ବାନରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହୋଇଥିଲା। ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏମାନେ ଧର୍ମଘଟକୁ ଓହ୍ଲାଇଥିଲେ। ଏହାପରେ ୨୨ ଓ ୨୩ ତାରିଖରେ ବ୍ୟାଙ୍କ ଛୁଟି ରହିଥିବାବେଳେ ୨୪ ତାରିଖରେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲିଥିଲା। କିନ୍ତୁ ୨୫ ତାରିଖରେ ବଡ଼ଦିନ ପାଇଁ ବ୍ୟାଙ୍କ ଛୁଟି ଥିବାବେଳେ ୨୬ ତାରିଖରେ ଧର୍ମଘଟ ବ୍ୟାଙ୍କ ସେବାକୁ ପ୍ରଭାବିତ କରିବ।

ସମ୍ବନ୍ଧିତ ଖବର