କଟକ/କିଶନନଗର: ଏନ୍ଆଇଏର ନୋଟିସ୍ ପାଇ ଶନିବାର ନନ୍ଦନକାନନ ଏକ୍ସପ୍ରେସରେ ଦିଲ୍ଲୀ ଯିବେ ଅଖ୍ତାର। ଅନ୍ୟପଟେ ସାମନ୍ତରାପୁରସ୍ଥିତ ଅଖ୍ତାରଙ୍କ ଘରେ ଆଜି ସ୍ପେଶାଲ ବ୍ରାଂଚର ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। କେତେ ବର୍ଷ ଧରି ସେ ସାଉଦି ଆରବରେ ଥିଲେ, ସେଠାରେ କଣ କରୁଥିଲେ ତଥା ବିଭିନ୍ନ ଦିଗ ଉପରେ ଅଖ୍ତର ହୁସେନ୍ ଖାନ୍ଙ୍କୁ ପଚାରାଉଚୁରା କରିଥିଲେ ଟିମ୍ । ସ୍ପେଶାଲ ବ୍ରାଂଚର ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ଦୁଇଜଣିଆ ଟିମ୍ ସ୍ଥାନୀୟ ପୁଲିସ ସହ ଅପରାହ୍ନରେ ତାଙ୍କ ଘରେ ପହଂଚି ଅଖ୍ତାରଙ୍କ ସହ ତାଙ୍କ ପରିବାରର ସଦସ୍ୟମାନଙ୍କୁ ପଚରାଉଚୁରା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇଦିନ ତଳେ ୧୨ଘଣ୍ଟାର ଛାନ୍ଭିନ୍ ପରେ କିଶନନଗର ଥାନା ଅନ୍ତର୍ଗତ ସାମନ୍ତରାପୁରର ଅଖତାର୍ ହୁସେନ ଖାନ୍ଙ୍କୁ ଛାଡିଦେଇଥିଲା ଏନଆଇଏ। କିନ୍ତୁ ୪ ତାରିଖ ଦିନ ୧୧ଟାରେ ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ନୋଟିସ୍ ଜାରି କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp