ଭିତରକନିକା ଆଜିଠାରୁ ବନ୍ଦ

ରାଜନଗର: ଆସନ୍ତାକାଲି ୧ ତାରିଖ ବୁଧବାର ଠାରୁ ବିଶ୍ବପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ବନ୍ଦ ରଖାଯିବ। ଏବେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନ ବିଭାଗ ପକ୍ଷରୁ ମେ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପ୍ରବେଶପଥକୁ ନିଷିଦ୍ଧ କରାଯାଇଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ୧୬୯୮ଟି କୁମ୍ଭୀର ଚିହ୍ନଟ କରାଯାଇଥିବା ବେଳେ ୧୦୦ଟି ବସା ଗଣନା ସମୟରେ ସାମ୍ନାକୁ ଆସିଥିଲା। ୭୦ ଦଶକ ଠାରୁ କୁମ୍ଭୀରମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭିତରକନିକାରେ ପ୍ରବାହିତ ନଦୀନାଳରେ ସ୍ଥାନର ଅଭାବ ଯୋଗୁଁ ଅଧିକାଂଶ କୁମ୍ଭୀର ଏହି ନଦୀକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ବୈତରଣୀ, ଖରସ୍ରୋତା ଏବଂ ଏହାର ଶାଖା ନଦୀ ଖୋଳା, ହଂସୁଆ ପ୍ରଭୃତିରେ ପ୍ରବେଶ କରି ଜନବସତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହାଛଡା ଅଧିକାଂଶ ସମୟରେ ନଦୀ ପଠାମାନଙ୍କରେ ବଡ ବଡ କୁମ୍ଭୀରମାନଙ୍କ ମୃତଦେହ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର