ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର ।

ତେବେ ରାଜ୍ୟରେ ଅନେକ ଜିଲ୍ଲାରେ ମଧ୍ୟ ଅଧିକ ତାପମାତ୍ରା ରହିଥିଲା । ବାରିପଦାରେ ୩୮ ଡିଗ୍ରୀ, ତାଳଚେର ୩୭.୧ ଡିଗ୍ରୀ, ଅନୁଗୁଳ ୩୭.୭ ଡିଗ୍ରୀ, କଟକ ୩୭ ଡିଗ୍ରୀ, ବଲାଙ୍ଗୀର ୩୭ ଡିଗ୍ରୀ, ଟିଟଲାଗଡ ୩୭.୬ ଡିଗ୍ରୀ, ନୟାଗଡ ୩୬.୫ ଡିଗ୍ରୀ, ସମ୍ବଲପୁର ୩୬.୨ ଡିଗ୍ରୀ ରହିଛି ।

ତେବେ ଗ୍ରୀଷ୍ମ ଆରମ୍ଭରୁ ହିଁ ତାପମାତ୍ରା ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନ ହେବ ସର୍ବାଧିକ ତାପମାତ୍ରା ରହିଛି । ତେବେ ଏହା ପୂର୍ବରୁ ରାଜ୍ୟ ସରକାର ତାତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି । ଏବେଠୁ ଅଧିକ ତାପମାତ୍ରା ରହୁଥିବା ବେଳେ ଆଗକୁ ଏହା ଆହୁରି ଅଧିକ ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର