ବାମନାଳ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଗସ୍ତକାଳରେ ଚାଷୀମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଖରିଫ ଋତୁର ଫସଲ ଅମଳ ପୂର୍ବରୁ ଧାନ କିଣିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରନ୍ତୁ। ଶ୍ରୀମତୀ ପରିଡ଼ା ଗଡ଼ତୋରିହଁ, ବାମନାଳ, ବଡ଼ନିନିଙ୍ଗା ଗ୍ରାମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଧାନ କ୍ରୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାଥମିକ କୃଷି ସେବା ସମବାୟ ସମିତି ଧାନ କ୍ରୟକେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ୧ କୋଟି ୪୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଶୁଭ ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ବଡ଼ସିରୁବିଳା ପଞ୍ଚାୟତ ଧନୁଆ ଛକ ନିକଟରେ ଗଡ଼ତୋରିହଁ ପ୍ରାଥମିକ କୃଷି ସେବା ସମବାୟ ସମିତି ଧାନ କ୍ରୟକେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ୪୭ ଲକ୍ଷ ୯୯ ହଜାର ଟଙ୍କା, ବାମନାଳ ପଞ୍ଚାୟତର ଗଦେଇଜେନା ପ୍ରାଥମିକ କୃଷି ସେବା ସମବାୟ ସମିତି ଧାନ କ୍ରୟକେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ୪୮ ଲକ୍ଷ ୮ ହଜାର ଟଙ୍କା ଏବଂ ବିରିମୁଣ୍ଡ ବଡ଼ନିନିଙ୍ଗା ପ୍ରାଥମିକ କୃଷି ସେବା ସମବାୟ ସମିତି ଧାନ କ୍ରୟକେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ୪୮ ଲକ୍ଷ ୧୭ ହଜାର ଟଙ୍କାର ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଧାନ କ୍ରୟକେନ୍ଦ୍ରର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି।
ଶ୍ରୀମତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ସହ କାର୍ଯ୍ୟକୁ ଭଲଭାବରେ ତାଦାରକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀମତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ସହ କାର୍ଯ୍ୟକୁ ଭଲଭାବରେ ତାଦାରକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁରୀଜିଲ୍ଲା କୃଷୀ ଅଧିକାରୀ ସୁନୀତା ପତୀ, ପୁର୍ତ୍ତବିଭାଗ ଅଧିକାରୀ ସୈମ୍ୟରଞ୍ଜନ ଦ୍ବିବେଦୀ, କୁଶାଲ ହେମ୍ରମ ପୁରୀ ଜିଲ୍ଲା, ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ସନ୍ତୋଷ ପରିଡ଼ା, ସାଂସଦ ପ୍ରତିନିଧି ମିନଲତା ମହାନ୍ତି, ଜଚିନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
PravatiParida | Odisha | puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/09/13/74ab669e-283e-4ff5-a8c7-914e4084ccdd-2025-09-13-20-08-35.jpg)