ଭୁବନେଶ୍ବର : ଆଜି ହେଉଛି ଡାକ୍ତର ବା ଚିକିତ୍ସକ ଦିବସ। ଏହି ଦିବସ ଉପଲକ୍ଷେ ରାଜ୍ୟ ସରକାର ସରକାରୀ ମେଡିକାଲ କଲେଜ- ପିଜି ଇନଷ୍ଟିଚ୍ୟୁଟ୍‌ର ଡାକ୍ତରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏଥିପାଇଁ ଆଭାସୀ ଜରିଆରେ ‌ଏକ ବୈଠକ ଅନୁଷ୍ଠିତ ହେବ।

Advertisment

ଏଥିରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ପୁରୀ ମେଡିକାଲ କଲେଜ, କେନ୍ଦୁଝର ଡିଡି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ର ଡାକ୍ତରୀ ଶିକ୍ଷକ ଓ ଅନ୍ୟ ମେଡିକାଲ କଲେଜର ଛାତ୍ରଛାତ୍ରୀ ୫-ଟି ସଚିବଙ୍କ ସହ ଆଲୋଚନା କରିବେ। ସମୁଦାୟ ୧୩ଟି ମେଡିକାଲ କଲେଜ- ପିଜି ଇନଷ୍ଟିଚ୍ୟୁଟ୍‌ ଏଥିରେ ସାମିଲ ହେବେ। ମେଡିକାଲ କଲେଜରେ ପୂର୍ବରୁ ନିଷ୍ପତ୍ତି ହୋଇଥିବା ସ୍ଥାନରେ ଏକାଠି ହେବାକୁ କୁହାଯାଇଛି। ଆଲୋଚନାର ବିଷୟବସ୍ତୁ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ବିଏମ୍‌ସି ମେୟର ଓ ଖୋର୍ଧା ଜିଲ୍ଲାପାଳ ଲୋକସେବା ଭବନର କନଫରେନ୍ସ ହଲ୍‌ରେ ଉପସ୍ଥିତ ହେବାକୁ ଚିଠି ଜାରି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।